News
lipub
samparksetu

ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀଵନ !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋଇଲିପଙ୍ଗି ଠାରେ ଆମ୍ବ ଗଛରେ ପିଟିହୋଇ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ଜଣାଯାଏ ଯେ , ବଟ କୃଷ୍ଣ ଦାସ (୩୫)ନାମକ ଜଣେ ଶିକ୍ଷକ କୋତମ ୟୁପି ସ୍କୁଲରୁ କାମାକ୍ଷାନଗର ବଦଳି ହୋଇଥିଲେ।

ସେ ଆଜି ଅପରାହ୍ନ ୫ଟା ବେଳେ ବନ୍ତଳା ତାଙ୍କ ଶ୍ବଶୁର ଘରୁ ଫେରୁଥବା ବେଳେ କୋଇଲିପଙ୍ଗି ରାସ୍ତାକଡ ଆମ୍ବ ଗଛରେ ତାଙ୍କ ବାଇକ ପିଟିହୋଇ ଯାଇଥିଲା ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କର ଘର ପଣ୍ଡୁଆ ନିକଟ ମହୁଲପାଳ ରେ ବୋଲି ସୂଚନା ।

new life
You might also like
error: Content is protected !!