News
lipub
samparksetu

୪ ଜଣ କଲେଜ ଛାତ୍ର କୋଭିଡ୍ ପଜିଟିଭ; ଢେଙ୍କାନାଳ ରେ ସଂକ୍ରମଣ ଆଶଙ୍କା !

ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଂଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟ ନାମକ ଏକ ଘରୋଇ କଲେଜ ହଷ୍ଟେଲର ୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଢେଙ୍କାନାଳରେ ସଂକ୍ରମଣ ଆଶଙ୍କା ବଢିଯାଇଛି ।

ସଂପୃକ୍ତ କଲେଜ କର୍ତ୍ତୃପକ୍ଷ ଏ ଘଟଣାକୁ ଏଡାଇ ଦେଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହାକୁ ସ୍ୱୀକାର କରିଛନ୍ତି ।କଲେଜର କିଛି ପିଲାଙ୍କ ଦେହରେ ଲକ୍ଷଣ ଦେଖାଦେବାରୁ ସେମାନଙ୍କ ଟେଷ୍ଟିଂ କରାଯାଇଥିଲା ।ତେବେ ତାଙ୍କର ପଜେଟିଭ ବାହାରିବା ପରେ ସମସ୍ତ ଛାତ୍ରଛାତ୍ରୀ ଙ୍କ କରୋନା ଟେଷ୍ଟ କରାଯିବା ସହ ତାଙ୍କୁ ସଂଗଵଧ ରେ ରହିବାକୁ ପରାମର୍ଶ ଦିଆଯାଇଛି ।

new life
You might also like
error: Content is protected !!