News
lipub
samparksetu

ରାସ୍ତା ନିର୍ମାଣକୁ ବିରୋଧ ,ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସପ୍ତଶଯ୍ୟା ମାଝୀ ସାହିରେ ସରକାରଙ୍କ ତରଫରୁ ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟକୁ ଇଣ୍ଡିଆନ ଅଏଲ କର୍ପୋରେସନ ତରଫରୁ ବିରୋଧ କରାଯାଉଥିବାର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

କଙ୍କଡାହାଡ ଠାରୁ ସପ୍ତଶଯ୍ୟା ଗଜମରା ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟଚାଲିଥିବା ବେଳେ ରାସ୍ତା ମଝିରେ ଇଣ୍ଡିଆନ ଅଏଲ କର୍ପୋରେସନ ପାଇପ ଲାଇନ ଯାଇଛି ।

ଫଳରେ ସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣକୁ ବିରୋଧ କରାଯାଉଛି । ଏହାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ ଇଣ୍ଡିଆନ ଅଏଲ କର୍ପୋରେସନ ସହିତ ଆଲୋଚନା କରି ରାସ୍ତା ନିର୍ମାଣ ପାଇଁ ଅନୁମତି ଦେବାକୁ ମାଝୀସାହି ଗ୍ରାମବାସୀ ମାନେ ଦାବି କରିଛନ୍ତି ।

new life
You might also like
error: Content is protected !!