News
lipub
samparksetu

ସରାଙ୍ଗ ଆଇଜିଆଇଟି ରେ ଜଣେ କରୋନା ପଜେଟିଭ୍ ଚିହ୍ନିଟ, ଅନଲାଇନ୍ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀ ଙ୍କ ଧାରଣା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସ୍ଥିତ ସରାଙ୍ଗ ଆଇଜିଆଇଟି କଲେଜ ବିଟେକ୍ ଫାଇନାଲ୍ ବର୍ଷର ଜଣେ ଛାତ୍ର କରୋନା ପଜେଟିଭ୍ ଚିହ୍ନିଟ ହେବା ପରେ , ଅନଲାଇନ୍ ପରୀକ୍ଷା ଦାବିରେ ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀ କଲେଜ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ ।

ସୂଚନା ମୁତାବକ ,ଫାଇନାଲ୍ ବର୍ଷର ଜଣେ ଛାତ୍ର କରୋନା ପଜେଟିଭ୍ ବାହାରିବା ପରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା କୁ ଦୃଷ୍ଟିରେ ରଖି , ଛାତ୍ରଛାତ୍ରୀ ମାନେ ଅନଲାଇନ୍ ରେ ପରୀକ୍ଷା କରିବାକୁ ଦାବି କରି ଧାରଣା ଦେଇଥିବା ବେଳେ ,ଏ ନେଇ କଲେଜ କତୃପକ୍ଷ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିବାରୁ ଧାରଣା ହଟିଥିଲା ।

new life
You might also like
error: Content is protected !!