News
lipub
samparksetu

ଶିକ୍ଷାବିତ୍ ଶତ୍ରୁଘ୍ନ ଭୂତିଆଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତିସଭା

ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ୭୯ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣର ଏକାଦଶାହ ଉପଲକ୍ଷେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ସିବିଆଇ ବିଚାରପତି ତଥା ଢେଙ୍କାନାଳ ଜିଲ୍ଳା ଲେଖକ ସଂସଦର ସଭାପତି ଭିକାରୀ ଚରଣ ରାଉତଙ୍କ ସଭାପତିତ୍ବରେ ଓ ସମ୍ପାଦକ ବସନ୍ତ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଢେଙ୍କାନାଳର ମାନ୍ୟବର ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିକ୍ଷାବିତ୍ ଶତ୍ରୁଘ୍ନ ଭୁତିଆ ଜଣେ ବ୍ୟକ୍ତି ନୁହଁନ୍ତି ସେ ଶିକ୍ଷାଜଗତର ଜଣେ ଅମଳିନ ଧ୍ରୁବତାରା ଯିଏକି ଚିରଦିନ ପାଇଁ ଶିକ୍ଷା କ୍ଷେତ୍ରରେ ପଥ ପ୍ରଦର୍ଶକ ହୋଇ ରହିଥିବେ ବୋଲି ଦୃଢ଼ ମତପ୍ରକାଶ କରିଥିଲେ।

ପ୍ରାଧ୍ୟାପକ ଡ଼ଃ ଭବାନୀ ଶଙ୍କର ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଶିକ୍ଷାବିତ୍ ଭୁତିଆଙ୍କ ବହୁମୁଖୀ ପ୍ରତିଭାର ପରିବ୍ୟାପ୍ତ ଦିଗବଳୟର ସୁଦୂର ପ୍ରସାରୀ ଆଭା ସବୁଦିନ ପାଇଁ ଜ୍ଞାନାଲୋକରେ ବିଶ୍ବକୁ ତାର ବିଚିତ୍ର ବର୍ଣ୍ଣବିଭାରେ ଉଦ୍ ଭାସିତ କରୁଥିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥଲେ। ଅନ୍ୟତମ ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ,ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହେତୁବାଦୀ ସୁସାହିତ୍ୟିକ ଧନେଶ୍ଵର ସାହୁ ଭୂତିଆ ସାର୍ ମହାନ୍ ହେତୁବାଦୀ ,ବିଜ୍ଞାନ ମନସ୍କ ଲେଖକ ଭାବରେ ସର୍ବ ଜନାଦୃତ ହୋଇ ରହିବେ ବୋଲି ଦୃଢ଼ ମତପ୍ରକାଶ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ନିରଞ୍ଜନ ମିଶ୍ର, କାଉନସିଲର ଅଭିମନ୍ୟୁ ପଣ୍ଡା, ଆଇନ୍ ଜୀବି ଦିପ୍ତିଶ ପ୍ରସାଦ ପଟ୍ଟନାୟକ ,ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ଢେଙ୍କାନାଳ ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର ପ୍ରମୁଖ ମଞ୍ଚାସୀନ ହୋଇ ସ୍ବର୍ଗତ ଭୂତିଆଙ୍କ ସୁଗୁଣାବଳୀ ଓ ବହୁମୂଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ।

new life
You might also like
error: Content is protected !!