News
lipub
samparksetu

ବେଆଇନ୍ ଭାବରେ ପିତାଙ୍କୁ ବନ ବିଭାଗ କଲା ଗିରଫ, ପୁଅ ଦେଲେ ଫାଣ୍ଡିରେ ଏତଲା !

ଭୁବନ ରେଞ୍ଜ୍ ମଠକରଗୋଳା ଫରେଷ୍ଟ ସେକ୍ସନ ଅଧିନସ୍ଥ ଟିପିଲେଇ ଗ୍ରାମରୁ ମାଗି ନାଏକ ( ୬୨) ଙ୍କୁ ବନବିଭାଗଙ୍କ ଦ୍ବାରା ବାରାହା ମାଂସ ଜବତ କରିବା ସହ ଗିରଫ କରାଯାଇଥିଲା I

ସୂଚନା ଅନୁଯାୟୀ ,ଦୁଇ ଦିନ ତଳେ ସକାଳ ସମୟରେ ମାଗି ନାଏକ ଶୌଚ ହେବାକୁ ଯାଉଥିବାବେଳେ ବାରାହାଟି ଜାତୀୟ ରାଜପଥ ୫୩ ରେ ଗାଡି ଦୁର୍ଘଟଣାରେ ମୃତ ହୋଇଥିବାରୁ ରାସ୍ତାରେ ପଡିଥିବା ମାଂସକୁ ମାଗି ଖାଇବା ପାଇଁ ଘରକୁ ନେଇଥିଲେ I ଏହି ଖବର ପାଇ ବନବିଭାଗ ମାଗି ନାଏକକୁ ଗିରଫ କରିବା ସହିତ କୋର୍ଟ ଚାଲାଣ ମଧ୍ଯ କରିଥିଲା I ଏହି ଘଟଣାରେ ମାଗି ନାଏକ ଙ୍କ ପୁଅ ଝୁଲିଆ ନାଏକ ତାଙ୍କ ବାପାଙ୍କୁ ବେଆଇନ୍ ଭାବେ ବନବିଭାଗ ଗିରଫ କରିଛି ବୋଲି ସୁରପ୍ରତାପୁର ଫାଣ୍ଡି ଅଧିକାରୀ ଙ୍କୁ ଲିଖିତ ଆକାରରେ ସେ ଜଣାଇଛନ୍ତି ।

ପରିବାର ଅନୁସୂଚିତ ଜାତି (ହାଡ଼ି) ସମ୍ପ୍ରଦାୟର ହୋଇଥିବା ରୁ ରାସ୍ତାରେ ପଡିଥିବା ମାଂସ କୁ ଖାଇବା ପାଇଁ ବାପା ଘରକୁ ଆଣିଥିଲେ I ବନ ବିଭାଗ କୌଣସି ବୁଝାଶୁଝା ନକରି ହଠାତ୍ ଘରେ ପହଂଚି ବାପା ପୁଅ ଦୁଇ ଜଣ କୁ ଗାଡିରେ ଉଠାଇ ଆଣି ନିଜ ଜାତିଆଣ କୁ ଅlକ୍ଷେପ କରି ଗାଳି ଦେବା ସହ ତାଙ୍କ ପୁଅ ପ୍ରତି ଦୁବ୍ୟବହାର କରି ଶIମଳ ଜଙ୍ଗଲ ପାଖରେ ତାଙ୍କୁ ଓଲାଇ ଦେଇ ବାପାକୁ ନେଇ ଯାଇଥିଲେ I ବନ ବିଭାଗ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅନୁସୂଚିତ ଜାତି ସମ୍ପ୍ରଦାୟ କୁ ନ୍ୟାୟ ପ୍ରଦାନ ପାଇଁ ସେ ଆକୁଳ ନିବେଦନ କରିଛନ୍ତି l

new life
You might also like
error: Content is protected !!