News
lipub
samparksetu

ହେତୁବାଦୀ ଙ୍କ ବିରୁଦ୍ଧରେ ଥାନାରେ ମାମଲା

ଢେଙ୍କାନାଳ ଜିଲ୍ଲା ସୌର ବ୍ରାହ୍ମଣ ସଙ୍ଘ ପକ୍ଷରୁ ହେତୁବାଦୀ ସଙ୍ଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଙ୍ଘ ତରଫରୁ ଏସପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।ସୂର୍ଯପରାଗ ଅବସରରେ ସନାତନ ଲୋକମାନେ ହିନ୍ଦୁଶାସ୍ତ୍ରୀୟ ଏବଂ ଜ୍ୟେତିର୍ବିଦ ପଣ୍ଡିତ ମାନଙ୍କ ଦ୍ୱାରା ହୋଇଥିବା ନିତୀ ନିୟମ ଅନୁସାରେ ଦେବନିତୀ ଏବଂ ପାକ ନିତୀ ପାଳନ କରୁଥିବା ସମୟରେ ହେତୁବାଦୀ ସଙ୍ଗଠନର ସଦସ୍ୟମାନେ ଜ୍ୟୋତିଷ ଶାସ୍ତ୍ରକୁ ଏକ ଭଣ୍ଡ ଶାସ୍ତ୍ର ଏବଂ ବ୍ରାହ୍ମଣ ତଥା ହିନ୍ଦୁ ସମାଜକୁ ଅନେକ ଆକ୍ଷେପ କରି ମନ୍ତବ୍ୟ ପ୍ରଦାନ କରିଥିଲେ ।

ଏଭଳି ଆଚରଣ ହିନ୍ଦୁ ସମାଜ,ଜ୍ୟୋତିଷ ଶାସ୍ତ୍ର ଓ ବ୍ରାହ୍ମଣ ସମାଜ ପ୍ରତି ଘୋର ଅପମାନ ହୋଇଥିବାର ସଙ୍ଘ ତରଫରୁ ଲିଖିତ ଭାବରେ ଢେଙ୍କାନାଳ ଟାଉନ ଥାନାରେ ଅଭିଯାଗ କରାଯାଇଛି । ଆଇନ ଅନୁସାରେ ହେତୁବାଦୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୌର ବ୍ରାହ୍ମଣ ପରିଷଦ ତରଫରୁ ଦାବି କରିଛନ୍ତି ।

new life
You might also like
error: Content is protected !!