News
lipub
samparksetu

ପାରିବାରିକ କଳହ ରୁ ଚାଲିଗଲା ଜୀବନ !

ଢ଼େଙ୍କାନାଳ ଜିଲ୍ଲା ତୁମୁସିଂହା ଗ୍ରାମ ର ମିଥୁନ ବେହେରା (୩୦) ନାମକ ଯୁବକ ଆଜି ସକାଳେ ଘରୋଇ କଳି ଯୋଗୁ ନିଜ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।ଖବର ପାଇ ତୁମୁସିଂଗା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମିଥୁନ କୁ କାମାକ୍ଷାନଗର ମେଡିକାଲ କୁ ପଠାଇ ଥିଲେ।

ଡାକ୍ତର ସେଠାର ମିଥୁନ କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଶବ କୁ ଜବତ କରି ଶବ ବ୍ୟବଛେଦ କରିଥିଲେ । ଶବ ବ୍ୟବଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ମିଥୁନ କେଉଁ କାରଣ ଯୋଗୁ ଆତ୍ମହତ୍ୟା କଲେ କି ତାଙ୍କୁ କିଏ ମାରିଦେଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ। ମିଥୁନ ଙ୍କ ମୃତ୍ୟୁରେ ତୁମୁସିଂଗା ଗ୍ରାମ ରେ ଶୋକ ର ଛାୟା ଖେଳିଯାଇଛି।

new life
You might also like
error: Content is protected !!