News
lipub
samparksetu

କାଜୁ ଫିଲ୍ଡରୁ ନିଖୋଜ ବାଳକର ମୃତଦେହ ଉଦ୍ଧାର !

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅଧୀନ ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ସୋଗର ପଞ୍ଚାୟତର ଝଗଡ଼ପଦା କାଜୁ ଫିଲ୍ଡରୁ ଏହି ଗାଁର ରାଜୁ ମଲ୍ଲିକଙ୍କ ତିନି ବର୍ଷର ପୁଅର ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ ରାଜୁ ମଲ୍ଲିକଙ୍କ ପୁଅ ରୁଦ୍ରାକ୍ଷ ମଲ୍ଲିକ ମଧ୍ୟାହ୍ନ ସମୟରେ ସାହି ପିଲାଙ୍କ ସହ ଖେଳୁଥିଲା। ପରେ ତାଙ୍କର ମୃତଦେହ କାଜୁ ଫିଲ୍ଡରୁ ଉଦ୍ଧାର ହୋଇଛି ।

ତେବେ ଘଟଣାସ୍ଥଳରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତରଖାନାକୁ ଆଣିବା ପୂର୍ବରୁ ରୁଦ୍ରାକ୍ଷ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜୁ ମଲ୍ଲିକ ଓ ମୃତକଙ୍କ ଅଜା ଦାବି କରିଛନ୍ତି।

new life
You might also like
error: Content is protected !!