News
lipub
samparksetu

ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ

ରାଜ୍ୟରେ ଆସନ୍ତା ୧୫ ତାରିଖ ଠାରୁ କୋଭିଡ-୧୯ କଟକଣା ସହିତ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କ ପାଇଁ ଅଫ୍‌ଲାଇନ୍‌ କ୍ଲାସ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହିି ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏହା ପୂର୍ବରୁ ଅକ୍ଟୋବର ୨୫ରେ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପାଠପଢା ଆରମ୍ଭ ହୋଇଥିଲା। ସେହିପରି ଅକ୍ଟୋବର ୨୧ରୁ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି। ଏହି କ୍ରମରେ ପାଖାପାଖି ୨୦ ମାସ ପରେ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପାଠପଢା ଆରମ୍ଭ ହେବାକୁ ଯାଉଛି। କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁସାରେ ବିଦ୍ୟାଳୟରେ ପାଠପଢା ଯିବ।

new life
You might also like
error: Content is protected !!