News
lipub
samparksetu

ହାତୀ ଙ୍କ ଉପଦ୍ରଵ କୁ ନେଇ ଚିନ୍ତାରେ ଚାଷୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ମାଧମୁଣ୍ଡା ଗ୍ରାମ ଓ ରୋଡଙ୍ଗ ଗ୍ରାମ ର ପଡିଆ ସାହି ଚାଷୀ ମାନଙ୍କ ଧାନ ବିଲରେ ହାତୀ ପଲ ପଶି ଆତଙ୍କ ରାଜ ଚଳାଇଛନ୍ତି । ଚାଷୀ ମାନଙ୍କ ୫ ଏ କର ଜମି କୁ ନଷ୍ଟ କରିଥିବା ସୂଚନା ରହିଛି।

ପ୍ରକାଶ ଥାଉକି ,ମାଧମୁଣ୍ଡା ଓ ରୋଡଙ୍ଗ ଗ୍ରାମ ର ପଡିଆ ସାହି ର କାଳନ୍ଦୀ ସିଂହ,ମଧୁ ସୁଦନ ପ୍ରଧାନ, କ୍ଷୀରୋଦ ମହାନ୍ତ, ଅମୀରମହାନ୍ତ,ପଙ୍କଜ ସିଂହ ଙ୍କ ଜମିରେ ହାତୀପଲ ଧାନ ଫସଲ ମାଡି ଚକଟି ନଷ୍ଟ କରିଥିବାର କଙ୍କଡ଼ାହାଡ଼ ବନ ବିଭାଗ ପାଖରେ ଅଭିଯୋଗ ହୋଇଅଛି।

ତୁରନ୍ତ ହାତୀ ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବନ ବିଭାଗ ବାଣ ଲାଇଟି ସହିତ କ୍ଷତି ଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ଦେବାପାଇଁ ସାଧାରଣ ରେ ଦାବି ହୋଇଛି ।ରୋଡଙ୍ଗ ଗ୍ରାମ ଜଙ୍ଗଲ ରେ ହାତୀ ପଲ ଥିବାର ଚାଷୀ ମାନେ ଆତଙ୍କିତ ଅବସ୍ଥା ରେ ରହିଥିବାର ଜଣାପଡିଛି। କାରଣ ଧାନ ଅମଳ ସମୟ ସେହିଭଳି ଗତ ବର୍ଷ ମାଧମୁଣ୍ଡା ରେ ହାତୀ ଚାଷୀ ମାନଙ୍କ ଧାନ ଫସଲ ନଷ୍ଟ କରିଥିଲେ ମଧ୍ୟ ଏ ପଯ୍ୟନ୍ତ ସହାୟତା ପାଇପାରିନାହାନ୍ତି। ତେବେ ଚାଷୀ ମାନଙ୍କ ସମସ୍ୟା ଦୂର କରିବା ସହ କ୍ଷତି ପୁରାଣ କରିବାକୁ ଏବେ ସାଧାରଣରେ ଦାବି ହୋଇଛି।

new life
You might also like
error: Content is protected !!