News
lipub
samparksetu

ପାଣି ପାଇଁ ଗରା ବାଲଟି ଧରି ପୂର୍ତ୍ତବିଭାଗ ରାସ୍ତାରେ ବସିଲେ ମହିଳା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁମୁସୀ ପଞ୍ଚାୟତର ମହୁଲା ସାହି ର ମହିଳା ଏହି ଭଳି ଆଲୁଅଝରଣ ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ର ମହୁଲା ଛକ ନିକଟରେ ଗରା ବାଲାଟି ଧରି ରାସ୍ତାରୋକ କରିଛନ୍ତି। ଅଭିଯୋଗକ ମୁତାବକ ଦୀର୍ଘଦିନ ଧରି ସାହିରେ ପାନୀୟ ଜଳ ସମସ୍ଯା ଦେଖାଦେଇଥିବା ବେଳେ, ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ନୃସିହ ଚରଣ ସାହୁ ନିଜେ ସମସ୍ୟା ସମାଧାନ ର ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ।

ତେଣୁ ଆଜି ସେମାନେ ଧାରଣା ଦେବାକୁ ବାଧ୍ୟ ହେଇଛନ୍ତି । ତେବେ ଦୁଇ ଘଣ୍ଟା ଧରି ରାସ୍ତାରୋକ କରିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ, ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ କରିବାକୁ ସେମାନେ ଦାବି କରିଛନ୍ତି।

new life
You might also like
error: Content is protected !!