News
lipub
samparksetu

ନିଟ ପରୀକ୍ଷାରେ କୃତିତ୍ୱ ହାସଲ କଲେ ଦୀପ୍ତିରଞ୍ଜନ

ଢେଙ୍କାନାଳ ସହର ସ୍ଥାନୀୟ ପଦ୍ମବଜାର ବାସିନ୍ଦା ଦୀପ୍ତିରଞ୍ଜନ ସାହୁ ।ଚଳିତ ନିଟ ପରୀକ୍ଷାରେ ୬୫୦ ନମ୍ବର ରଖି ମେଡ଼ିକାଲ ଶିକ୍ଷା ନିମନ୍ତେ କୃତୀତ୍ୱ ହାସଲ କରିଛନ୍ତି ।ସେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ,ଇଟେକ ଆବାସିକ ବିଦ୍ୟାଳୟ ରେ ଅଧ୍ୟୟନ କରିଥିଲେ । ପରେ ସେ ଯାଜପୁର ରେ ନିଟ କୋଚିଙ୍ଗ ନେଉଥିଲେ ।

ସୂଚନାଯୋଗ୍ୟ , ଢେଙ୍କାନାଳ ବସଷ୍ଟାଣ୍ଡରେ କାଉଣ୍ଟର କରି ପ୍ରତିଦିନ ଖବରକାଗଜ ବିକ୍ରି କରନ୍ତି ବାପା ସୁଶାନ୍ତ ସାହୁ । ଖବରକାଗଜ ବିକ୍ରି କରି ପୁଅକୁ ଯୋଗ୍ୟ କରିଥିବାର କୁହନ୍ତି ସୁଶାନ୍ତ ।

new life
You might also like
error: Content is protected !!