News
lipub
samparksetu

ଆଶା କର୍ମୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ !

ଢେଙ୍କାନାଳ ଜିଲ୍ଲା ଗଁଦିଆ ବକ୍ଲ ର କାଲୁରିଆ ଗ୍ରାମପଞ୍ଚାୟତ ର ଠାକୁରାପାଳ ଗ୍ରାମର ଆଶା କର୍ମୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ। ଗତ ଶନିବାର ଦିନ ତା ୩୦.୧୦.୨୦୨୧ ରିଖରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି କାଲୁରିଆ ଗ୍ରାମପଞ୍ଚାୟତ ର ଠାକୁରାପାଳ ଗ୍ରାମର ଆଶା କର୍ମୀ ଶ୍ରୀମତୀ ମିନତୀ ସ୍ୱାଇଁ ଙ୍କୁ ତାଙ୍କ ଘରେ କେହି ନଥିବା ସମୟରେ ସେହି ଗ୍ରାମର ଶ୍ରୀ ଅଭିଷେକ କଅଁର ନାମକ ବ୍ୟକ୍ତି ତାଂଙ୍କୁ ଉଠାଇ ନେଇ ବାରିପଟେ ଥିବା ଏକ ଗୋବର ଗାଡିଆରେ ଜୀବନରୁ ମାରିଦେବା ପାଇଁ ପୋତି ଦେଇଥିବର ଅଭିଯୋଗ ହୋଇଛି ।

ହଠାତ୍ ତାଙ୍କ ମା’ ଦେଖିବା ପରେ ତାଙ୍କ ନାତିକୁ ଖବର ଦେଇଥିଲେ ପରେ ଆଶା କର୍ମୀ ଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା । ସେ ଏବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିିତ୍ସାଧୀନ ଅଛନ୍ତି, ଆଜକୁ ପ୍ରାୟ ସାତଦିନ ବିତି ଯାଇଥିଲେ ମଧ୍ୟ ପୀଡ଼ିତା ଙ୍କ ପାରିବାର ଲୋକ ଅଭିଯୋଗ କରିବା ସତ୍ତ୍ୱେ ବି ପୋଲିସ ନା ଆସାମୀକୁ ଧରିବାରେ ସକ୍ଷମ ହୋଇଛି ନା ପୀଡ଼ିତା କୁ ନ୍ୟାୟ ଦେଇପରିଛି।

new life
You might also like
error: Content is protected !!