News
lipub
samparksetu

ବେକରେ ରଶି ଲଗାଇ ଆତ୍ମହତ୍ୟା

ନିଜ ବେକରେ ରଶି ଲଗାଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ , ଯାଜପୁର ଜିଲ୍ଲା ଅନ୍ତର୍ଗତ ଛତିଆ ଗ୍ରାମର ଦରିଦ୍ର ଦାସ ଙ୍କର ପୁଅ ହିମାଂଶୁ ଦାସ (୪୫) ଗଁଦିଆ ଥାନା ଅନ୍ତର୍ଗତ ସୋରିସିଆପଦା ଗ୍ରାମ ପଞ୍ଚାୟତ ଅଧିନ କୋହ୍ଲ ଗ୍ରାମର ଦୋମୁହାଁ ଠାରେ ଏକ ଗଛରେ ନିଜର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଆଜି ଦିନ ୧୧ଘଟିକାରେ ସମୟରେ ଗଁଦିଆ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମୃତ ଦେହକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲାରୁଜୁ କରିବା ସହିତ ଶବ ବ୍ୟବଛେଦ ଢେଙ୍କାନାଳ ମେଡିକାଲରେ କରାଯାଇଛି । ମୃତକ ୪ଦିନ ହେବ ନିଜର ଘରୁ ପଳାଇ ଆସିଥିବାର ସୂଚନା ।

new life
You might also like
error: Content is protected !!