News
lipub
samparksetu

ରଥ ଯାତ୍ରା ଦେଖି ଫେରୁଥିବା ବେଳେ ବାଇକ ଦୁର୍ଘଟଣା ;ଜଣେ ମୃତ, ତିନି ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ହିନ୍ଦୋଳ ଥାନା ଅନ୍ତର୍ଗତ ପାଞ୍ଚମାଇଲ ଛକ ନିକଟସ୍ଥ ବ୍ରିଜର ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟିହୋଇ ଆଜି ସନ୍ଧ୍ୟାରେ ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଥିବାବେଳେ ସେଥିରେ ବସିଥିବା ଅନ୍ୟ ତିନିଜଣ ଆହତ ହୋଇ ହିନ୍ଦୋଳ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ , ହିନ୍ଦୋଳ ଥାନା କଲଣ୍ଡା ଗ୍ରାମର ଚରଣ ଜେନାଙ୍କ ପୁଅ ଶୁଭକାନ୍ତ ଜେନା(୩୦), ବିଷ୍ଣୁ ପ୍ରଧାନ(୧୭), ପଙ୍କଜ ବେହେରା(୨୧),ପିଣ୍ଟୁ ଜେନା ଚାରିଜଣ ହିନ୍ଦୋଳରୁ ବାହୁଡା଼ ଯାତ୍ରା ଦେଖିସାରି ଏକ ହୋଣ୍ଡା ସାଇନ ମୋଟର ସାଇକେଲ ଯୋଗେ ନିଜ ଗାଁ କଲଣ୍ଡା ଫେରୁଥିବା ସମୟରେ ଚାଳକ ଭାରସାମ୍ୟ ହରାଇ ବସିବାରୁ ବାଇକଟି ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛରେ ପିଟି ହୋଇଯିବାରୁ ଦୁର୍ଘଟଣା ଘଟିଥିଲା ।

ଘଟଣା ସ୍ଥଳରେ ଶୁଭକାନ୍ତ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କୁ ହିନ୍ଦୋଳ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

new life
You might also like
error: Content is protected !!