News
lipub
samparksetu

ହିନ୍ଦୋଳ ଏନଏସି ରେ ମା’ ବାଙ୍କୀମୁଣ୍ଡି ଙ୍କ ନୂତନ ପିଢ଼ ପ୍ରତିଷ୍ଠା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ରେ ଆଜି ପ୍ରସିଦ୍ଧ ମା’ ବାଙ୍କୀମୁଣ୍ଡିଙ୍କ ନୂତନ ପିଢ଼ ପ୍ରତିଷ୍ଠା ହୋଇଯାଇଛି । ହିନ୍ଦୋଳ ଏନଏସି ୱାର୍ଡ ନଂ -୧୫ ଅନ୍ତର୍ଗତ ସିଙ୍କୋଲ ଠାରେ ଥିବା ଚାରିପିଢା ମା’ ବାଙ୍କୀମୁଣ୍ଡି, ମା’ ପିତ୍ତାବଳି, ମା’ ବ୍ରାହ୍ମଣି ଦେବୀ ଓ ମା’ ରଣାମୁହଁ ଙ୍କ ନୂତନ ଆସ୍ଥାନ ପୂଜା ହୋଇ ପ୍ରତିଷ୍ଠା ହୋଇ ପିଢ଼ ମାନଙ୍କୁ ଠାକୁରାଣୀ ବିଜେ କରିଥିଲେ ।

ସକାଳ ସାତ ରୁ କଳସ ଯାତ୍ରା ଅନୁଷ୍ଠିତ ହେବା ସହ ନାମ ସଂକୀର୍ତନ ଦିନ ତମାମ କରାଯାଇ ପୂଜାର୍ଚ୍ଚନା ହୋଇଥିଲା। ସୂଚନା ଯୋଗ୍ୟ ଯେ , ହିନ୍ଦୋଳ ଏନଏସି ରେ କେବଳ ସିଂକୋଳ ଗ୍ରାମରେ ବହୁଦିନରୁ ପୁରୁଣା ଚାରି ଦେବୀଙ୍କ ଚାରିପିଢ଼ର ଅପୂର୍ବ ସଂଯୋଗ ଦେଖାଯାଇଥାଏ ,ଏବଂ ବିଶ୍ୱାସ କରାଯାଏ ଏହି ଚାରି ପିଢ଼ ଦର୍ଶନ କରିବା ଫଳରେ ମଣିଷ ଜନ୍ମ ସାର୍ଥକ ହୋଇଥାଏ।

ଆଜିର ଏହି ମହାନ ଦିନରେ ଶହ ଶହ ସଂଖ୍ୟକ ହିନ୍ଦୋଳବାସୀ ଏବଂ ହିନ୍ଦୋଳ ଏନ ଏ ସି ର ଯୁବନେତା ଜିଲ୍ଲା ଯୁବବିଜେଡି ସମ୍ପାଦକ ତଥା ୱାର୍ଡ ନଂ -୧୧ କାଉନସିଲର ପ୍ରଦ୍ୟୁମ୍ନ କୁମାର ବେହେରା ଙ୍କ ସହିତ ୱାର୍ଡ ନଂ -୧୫ ର ମାନ୍ୟଗଣ୍ୟ ବ୍ୟକ୍ତି ରବି ବିଶ୍ୱାଳ, ଲଳିତ ବେହେରା ରମେଶ ସାହୁ(କାଉନସିଲର ),ମକରା ସାହୁ, ପୁରନ୍ଦର ସାହୁ, ତପନ ପରିଡା(ୱାର୍ଡ ନଂ -୪କାଉନସିଲର ) ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

new life
You might also like
error: Content is protected !!