News
lipub
samparksetu

କଟକଣା ଭିତରେ ହେବ କପିଳାସର ଜାଗର ଯାତ୍ରା; ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ଆସିବାକୁ ବାରଣ କରାଯାଇଛି ,ବିନାଵ ନେଗେଟିଭ ରିପୋର୍ଟ ରେ ଜିଲ୍ଲା ଭିତରର ଭକ୍ତ କରିପାରିବେନି ଦର୍ଶନ

ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରି ,ଓଡ଼ିଶାର କୈଳ।ଶ କପିଳାଶ ପୀଠ ରେ ଜାଗର ଯାତ୍ରା ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ।

ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି । ଏ ନେଇ ଆଜି ଜିଲ୍ଲା ପ୍ରଶାସନ ଦ୍ୱାରା ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

କଟକଣା ଭିତରେ ହେବ କପିଳାସର ଜାଗର ଯାତ୍ରା। ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ଆସିବାକୁ ବାରଣ କରାଯାଇଛି । ଜିଲ୍ଲା ଭିତରର ଭକ୍ତ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଜାଗର ଦିନ ଦର୍ଶନ ଓ ଦୀପଦାନ କରିପାରିବେ ।

ଏ ନେଇ ଗାଇଡଲାଇନ ଜାରି କରିଛନ୍ତି ଢେଙ୍କାନାଳ ଜିଲ୍ଲା ପ୍ରଶାସନ। କୋଭିଡ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ। କରୋନା ଟେଷ୍ଟ ନେଗେଟିଭ ରିପୋର୍ଟ ଚଳିତ ମାସ ୫ ତାରିଖରୁ ୧୧ ତାରିଖ ମଧ୍ୟରେ ହୋଇଥିବା ଆବଶ୍ୟକ । ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି ।

ପ୍ଲାଷ୍ଟିକ ବ୍ୟାଗକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି , ଭୋଗ ପାଇଁ ପ୍ରଶାସନ ପକ୍ଷରୁ ମାଗଣା କାଗଜ ବ୍ୟାଗ ଯୋଗାଇ ଦିଆଯିବ।ଦୋକାନ ବଜାର ବସିବା ନେଇ ମିଳିଲା ଅନୁମତି ।

new life
You might also like
error: Content is protected !!