News
lipub
samparksetu

ଦୁର୍ଘଟଣାରେ ବ୍ୟବସାୟୀଙ୍କ ମୃତ୍ୟୁ,ଉତ୍ତ୍ୟକ୍ତ ଲୋକେ ବସ ରେ ଲଗାଇଲେ ନିଆଁ !

ଢେଙ୍କାନାଳ କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଜଡାପାଳ ନିକଟରେ ଯାତ୍ରୀବାହୀ ବସ ସହ ବାଇକ୍ ଦୁର୍ଘଟଣା ପରେ ଜଣେ ବ୍ୟବସାୟୀ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ଅନୁଯାୟୀ ତୁମୁସିଙ୍ଗା ଥାନା ଅନ୍ତର୍ଗତ ଶ୍ରୀମୂଳା ଗାଁ ର ମୁକୁନ୍ଦ ସାହୁ(ମକରା) ଆଜି ସକାଳେ ବନ୍ଧୁ ଘର ରେକୁଳା ଯାଇଥିଲେ। ଅପରାହ୍ନରେ ଘରକୁ ଫେରୁଥିବା ସମୟରେ ଜଡାପାଳ ଛକ ନିକଟରେ ଭାରସାମ୍ୟ ହରାଇ ବସ ସାମ୍ନାରେ ପଡ଼ି ଯାଇଥିଲେ। ବସ ଟି ତାଙ୍କ ଉପରେ ଚଢିଯିବା ଫଳରେ ଘଟଣା ସ୍ଥଳରେ ହିଁ ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତାଙ୍କୁ ବସଟି ବହୁତ ଦୂର ପର୍ଯ୍ୟନ୍ତ ଘୋଷାଡି ନେଇଥିବା ଦେଖାଯାଇଛି। ଘଟଣାସ୍ଥଳରେ ବସଟିକୁ ଅଟକ ରଖି ଉତ୍ତ୍ୟକ୍ତ ଲୋକେ ବସ ରେ ନିଆଁ ଲଗାଇ ଦେଇଥିବାର ଦେଖିବାକୁ ମିଳିଛି ।

new life
You might also like
error: Content is protected !!