News
lipub
samparksetu

ଶୈବ ପୀଠ ଗର୍ଭ ଗୃହରୁ ଲୁଟିଲେ ଅଳଙ୍କାର,୧୦ ଦିନ ଭିତରେ ୨ଥର ଲୁଟ୍

କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ଶିବୁଳାପଶି ଶୈବ ପୀଠ ରୁ ଗୁରୁବାର ବିଳମ୍ବିତ ରାତିରେ ମନ୍ଦିର ଗର୍ଭଗୃହ ଭିତରୁ କେହି ଦୁର୍ବୃତ୍ତ ହୁଣ୍ଡି ବାକ୍ସ କୁ ଭାଙ୍ଗି ଠାକୁର ଙ୍କ ରତ୍ନ ଅଳଙ୍କାର କୁ ଲୁଟି ନେଇଛି ।

ଗତ ମାସ ୨୭ତାରିଖ ରାତି ରେ ମଧ୍ୟ ପାର୍ବତୀ ଙ୍କ ଆଖି ତାଡି ସୁନା ଓ ରୁପା ଅଳଙ୍କାର ସବୁ ନେଇ ଯାଇଥିଲେ। ହେଲେ ଆଜିଯାଏ ପୋଲିସ ଡକାୟେତ୍ ଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଫୁଣି ୧୦ ଦିନ ପରେ ଆଉ ଏକ ଘଟଣା।

ଏହିଭଳି ବାରମ୍ବାର ମନ୍ଦିର ରୁ ଲୁଟ୍ ହେଉଥିବାରୁ ଏବଂ ପୋଲିସ୍ ଅଦ୍ୟାବଧି କାହାକୁ ଗିରଫ କରି ପାରୁନଥିବାରୁ ଜନସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି। ତୁରନ୍ତ ଚୋର ମାନଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।

new life
You might also like
error: Content is protected !!