News
lipub
samparksetu

ବିଛଣାରେ ଘରର ମୁଖିଆ , ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଠିକାଦାରଙ୍କ ଭୁଲ୍ ପାଇଁ ଆଜି ଗୋଟିଏ ଗରିବ ପରିବାର ର ମୁଖ୍ୟ ଲୋକ ର ମେରୁଦଣ୍ଡ ଭାଙ୍ଗି ଅକର୍ମଣ୍ୟ । ଅଣ୍ଟା ଗୋଡ ଭାଙ୍ଗି ବିଛଣାରେ,ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଚାନ୍ଦପୁର ଗ୍ରାମ  ର ପ୍ରେମାନନ୍ଦ ପରିଡ଼ା ଙ୍କ ପୁଅ ଡାକ୍ତର  ପରିଡା। କିଛି ମାସ ପୂର୍ବରୁ  ଦିନ ମଜୁରି କରି ଗଡପଳାଶୁଣି ରୁ ଚାନ୍ଦପୁର ତାଙ୍କ ଘରକୁ ଫେରୁଥିଲେ ।

ରାତି ୮ ଟା ସମୟ ଗଡପଳାଶୁଣି , ରୁ କାମକରି ଘରକୁ ଫେରୁଥିଲେ। ନୁଆଁ ରାସ୍ତା ଗାଡ ଖୋଳି ଦେଇଥିଲେ ଠିକାଦାର, କିନ୍ତୁ ଦୁଇ ପାର୍ଶ୍ଵରେ କୌଣସି ପାଚେରୀ ଦିଆଯାଇ ନଥିଲା । ଯାହା ଫଳରେ  ସେଇ ଗାଡିଟି ଗାଡ ଭିତରକୁ ଖସିପଡିଥିଲା ।

ତାଙ୍କୁ ଗାଁ ର କିଛି ବ୍ୟକ୍ତି ତାଙ୍କୁ କଟକ ବଡ ମେଡ଼ିକାଲ କୁ ନେଇଥିଲେ। ଗରିବ ପରିବାରର ଯାହା ଜମି ବାଡି ଥିଲା ବିକ୍ରି କରି ମେଡ଼ିକାଲ ଦେଖାଇଥିଲେ। ମେଡିକାଲ ଦେଖାଇବା ପରେ ଶେଷରେ ଅର୍ଥ ଅଭାବରୁ  ନିରାଶ ହୋଇ ଘରକୁ ଫେରିଥିଲେ।

ପରିବାର କହିଲେ ବୃଦ୍ଧ ବାପା ମା,ସ୍ତ୍ରୀ, ଗୋଟିଏ ୩ ବର୍ଷ ର କୁନିଝିର ଟିଏ ,ବହୁ ଅସୁବିଧା ରେ ରହି ଆସୁଛନ୍ତି।ଏଭଳି ପରିସ୍ଥିତିରେ ଘର ଚାଲିବା ତାଙ୍କ ପକ୍ଷେ କଷ୍ଟ କର ହୋଇପଡିଛି।ଡାକ୍ତର ପରିଡ଼ା ଙ୍କୁ ଉତ୍ତମ ଚିକିତ୍ସା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ କିଛି ଆର୍ଥିକ ସହାୟତା ,ଏବଂ ତାଙ୍କୁ ଦିମୋଠା ଭଲରେ ଖାଇବା ପାଇଁ ସୁଭିଦା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ତାଙ୍କୁ ଅନ୍ତୋଦୟ ଯୋଜନା ରେ ଅନ୍ତର୍ଭୁକ୍ତ କରି ଆବାସ ଯୋଜନାରେ ଘରଟିଏ ଦେଇ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।  ଗୋଟିଏ ଗରିବ ପରିବାରର ମୁଖ୍ୟ ବ୍ୟକ୍ତି ଆଜି ଅକର୍ମଣ୍ୟ ହୋଇ ବିଛଣାରେ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ସହିତ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ସାଧାରଣରେ ମଧ୍ୟ ଦାବି ହୋଇଛି।

new life
You might also like
error: Content is protected !!