News
lipub
samparksetu

ବାଳିକା ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର ପୂର୍ବାହ୍ନରେ ବାଳିକା ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।

ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଉଦଯାପନୀ ଉତ୍ସବରେ ସଭାପତିତ୍ବ କରିଥିଲେ । ମୂଖ୍ୟ ଅତିଥି, କଙ୍କଡ଼ାହାଡ଼ ଥାନା ଅଧିକାରୀ ଇନ୍ସପେକ୍ଟର ନିର୍ମଳା ଗଛାୟତ ଆତ୍ମରକ୍ଷା କୌଶଳ ଶିକ୍ଷା ଲାଭ କରିଥିବା ଛାତ୍ରୀ ମାନଙ୍କୁ ଝିଅ ମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ବିଷୟରେ ସଚେତନ କରାଇବା ସହିତ ନିର୍ଭିକ ଭାବରେ ଆଇନର ସହାୟତା ନେବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନୀତା ଅତିଥି ଭାବରେ ସବ୍- ଇନ୍ସପେକ୍ଟର ବିଷ୍ଣୁପ୍ରିୟା ରଣା ଯୋଗଦାନ କରି ଛାତ୍ରୀ ମାନଙ୍କର ପୋଲିସ୍ ବିଭାଗରେ ଯୋଗ ଦେବା ନିମନ୍ତେ ଥିବା ଆଗ୍ରହକୁ ଭୂୟସୀ ପ୍ରଶଂସା କରିଥିଲେ ।ଗତ ୬ ତାରିଖ ଠାରୁ ୮ ଗୋଟି କାର୍ଯ୍ୟ ଦିବସରେ ୧୦୧ ଜଣ ବାଳିକାଙ୍କୁ ପ୍ରଶିକ୍ଷିକା ଲିପ୍ସା ସିଂହଙ୍କ ଦ୍ଵାରା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ଉତ୍ସବରେ ଅଧ୍ୟାପକ ପ୍ରେମାନନ୍ଦ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା ଅଧିକାରୀ ଅଧ୍ୟାପକ ଅଜୟ କୁମାର ଚିନାରା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଅତିଥି ମାନଙ୍କ ଦ୍ଵାରା ଉତିର୍ନ ସମସ୍ତ ଛାତ୍ରୀଙ୍କୁ ରିଆକ୍ଟ ପୁସ୍ତକ ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ରାକାବେନ ପତି,ଝୁନୁ ରାୟ, ଡିଇଓ ପ୍ରଦୀପ କୁମାର ବେହେରା ଏବଂ ଅନୁଷ୍ଠାନର ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

new life
You might also like
error: Content is protected !!