News
lipub
samparksetu

କଙ୍କଡାହାଡ଼ ରେ ପ୍ରଥମ ଥର ରଜ ମହୋତ୍ସବ ପାଇଁ ଭୂମି ପୂଜନ

କଙ୍କଡାହାଡ଼ ବ୍ଲକ ସଦର ମହକୁମା କଙ୍କଡାହାଡ଼ ଗ୍ରାମ ଯାତ୍ରା ପଡିଆ ଠାରେ ରଜ ମହୋତ୍ସବ ପାଇଁ ଭୂମି ପୂଜନ କରାଯାଇଥିଲା ।ଭୂମି ପୂଜନ ରେ କଙ୍କଡାହାଡ଼ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ କର୍ତ୍ତା ହେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ମା ମଙ୍ଗଳା ଯାତ୍ରା କମିଟି ସଭାପତି ବିମଳ ସାହୁ,ଉପସଭାପତି ନଗେନ ସିଂହ,କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ପାଞ୍ଚ ଦିନ ଧରି ଆସନ୍ତା ୧୩ ରୁ ୧୭ ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳନ ହେବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଅପେର ସହ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ଓଡ଼ିଆ ଅଭିନେତା,ଅଭିନେତ୍ରୀ ଆସି ରଜ ମହୋତ୍ସବ କୁ ଅଧିକ ସରସ ସୁନ୍ଦର କରିବେ ।ପ୍ରଥମ ଥର କଙ୍କଡାହାଡ଼ ଗ୍ରାମରେ ରଜ ମହୋତ୍ସବ ଅନୁଷ୍ଠିତ ହେଉଥିବାରୁ ଯୁବ ଗୋଷ୍ଠି ମହଲରେ ଉତ୍ସାହିତ ହେଉଛନ୍ତି । ରଜ ମହୋତ୍ସବ ରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିଟି ର କର୍ମକର୍ତା ନିବେଦନ କରିଛନ୍ତି ।

new life
You might also like
error: Content is protected !!