News
lipub
samparksetu

ବଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ;ହତ୍ୟା ଅଭିଯୋଗ ଆଣିଲେ ପରିବାର

ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ବାଲିକୁମା ଗାଁ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି,ପରିବାର ଲୋକଙ୍କ ମୁତାବକ ଯୁବକଙ୍କୁ ହତ୍ୟା କରାଯାଇଛି।

ଧୂଳିଗୋଠ ଗାଁର ଶଙ୍କର ସୋରେନଙ୍କ ପୁଅ ପ୍ରକାଶ ସୋରେନ (୨୦) ଙ୍କ ଝୁଲନ୍ତା ମୃତ ଦେହ ବାଲିକୁମା ଗାଁ ପାଖ ଜଙ୍ଗଲରେ ଲୋକମାନେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ କଙ୍କଡାହାଡ଼ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି।

ଏପଟେ ପରିବାର ଲୋକେ ଆଣିଛନ୍ତି ସଙ୍ଗିନ ଅଭିଯୋଗ ସେମାନେ କହିଛନ୍ତି ଯେ ତାଙ୍କ ପୁଅକୁ ଅତି ନିର୍ମମ ଭାବରେ ପିଟିପିଟି ହତ୍ୟା କରିବା ପରେ ଏଠାକୁ ଆଣି ଝୁଲାଇ ଦିଆଯାଇଛି। ଯଦିଓ ପ୍ରକୃତ କାରଣ ଜଣା ପଡୁନାହିଁ କିଏ ଓ କାହିଁକି ଏପରି କରିଛି। ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ କୁହାଯାଇଛି। କୌଣସି ଝିଅକୁ ଭଲ ପାଇବାକୁ ନେଇ ଝିଅ ଘର ଲୋକେ ଏଭଳିଆ କରି ଥାଇ ପାରନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

new life
You might also like
error: Content is protected !!