ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ତରଫରୁ ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ୱରା ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଂଗଧର ଷ୍ଟାଡିୟମରେ ଠାରେ ଅନୁଷ୍ଠିତ କୌଶଳ ମହୋତ୍ସବ ତଥା ‘ରୋଜଗାର ମେଳାରେ।
କେନ୍ଦ୍ରମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଣ୍ଟିଲେ ନିଯୁକ୍ତି ପତ୍ର।ଅନ୍ୟାନ୍ୟ ଅତଥି ଭାବେ ରାଜ୍ୟ ସରକାରଙ୍କ ଖଣି,ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରି ପ୍ରଫୁଲ୍ଲ ମଲ୍ଲିକ,ସାସଂଦ ମହେଶ ସାହୁ, ଯୋଗ ଦେଇଥିଲେ।ଅଞ୍ଚଳରୁ ବହୁ ସଂଖ୍ୟାରେ ଶିକ୍ଷିତ ଯୁବକ ଯୁବତି ମାନେ ଏହି ରୋଜଗାର ମେଳାକୁ ଆସିଥିବାର ଦେଖାଦେଇଥିଲା।ନିଜ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆଶାୟି ଯୁବକ ଯୁବତି ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।
ଭାରତର ପ୍ରତିଷ୍ଠିତ ୨୦ଟି ବିଭାଗର ୭୦ଟି କମ୍ପାନୀ ଏହି ରୋଜଗାର ମେଳାକୁ ଆସିଥିଲେ। ଅଞ୍ଚଳରେ ଏହା ପ୍ରଥମ ଥର ପାଇଁ ହେଉଥିବା କାରଣରୁ ଯୁବ ବର୍ଗଙ୍କ ମନରେ ଆଗ୍ରହ ବଢୁଥିବା ଦେଖିବାକୁ ମିଳିଛି ।
