News
lipub
samparksetu

ଦୁର୍ଘଟଣାରେ ଜୀଵନ ହାରିଲେ ଅଗ୍ନିଶମ କର୍ମଚାରୀ ;ଆସିଲାନି ଆମ୍ବୁଲାନ୍ସ , କର୍ମଭୂମି ରୁ ଆସିଲା ଅଗ୍ନିଶମ ଗାଡ଼ି

ଅଜଣା ଗାଡ଼ି ଧକ୍କାରେ ଜଣେ ଅଗ୍ନିଶମ କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି ।ସୂଚନା ଅନୁଯାୟୀ ,ଢେଙ୍କାନାଳ ରୁ ଚଢେଇଧରା ଯିବା ରାସ୍ତାର ବାଟ ମଙ୍ଗଳା ଠାରେ ଟାଉନ ଥାନା ଅନ୍ତର୍ଗତ ସାଇଁବିରି ଗ୍ରାମର ପ୍ରିୟବ୍ରତ ଦାସ ଯାଜପୁର ଜିଲ୍ଲାର ଚଢେଇଧରା ଅଗ୍ନିଶମ ବିଭାଗ ରେ କାର୍ଯ୍ୟରତ ଥିଲେ ସେ ଘରକୁ ଛୁଟିରେ ଆସିଥିଲେ ,କାଲି ରାତ୍ର ୧୦ ଘଟିକା ସମୟରେ ଢେଙ୍କାନାଳ ରୁ ନିଜ କର୍ମଭୂମି କୁ ଯାଉଥିବା ବେଳେ କାଶୀପୁରୁ ର ବାଟ ମଗଂଳାଠାରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ।

ଖବର ପାଇ ନିହଲ ପ୍ରସାଦ ଥାନା ଅଧିକାରୀ ଶ୍ରୀଯୁକ୍ତ କାଶୀନାଥ ହାଁସଦା ଓ କିଛି ପୋଲିସ କର୍ମଚାରୀ ପହଞ୍ଚି ଥିଲେ ବଡ ଦୁଃଖର ଘଟଣା ଥାନା ଅଧିକାରୀ ଦୀର୍ଘସମୟ ଅପେକ୍ଷା କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିପାରି ନଥିଲା ।ପରେ ଯାଜପୁରୁ ଜିଲ୍ଲାରୁ ଏକ ଅଗ୍ନିଶମ ଗାଡ଼ି ଆସି ତାଙ୍କ ଶବକୁ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

new life
You might also like
error: Content is protected !!