News
lipub
samparksetu

ସ୍କୁଲ୍ ପାଚେରୀ ପଛରୁ ଉଦ୍ଧାର ହେଲା ମୃତ ଶରୀର ,ହତ୍ୟା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ମହାବୀରୋଡ ଫାଣ୍ଡି ନିକଟସ୍ଥ ବାଘମୁଣ୍ଡା ଆଶ୍ରମ ବିଦ୍ୟାଳୟ ପଛ ପେଟ ଏକ ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ମୁତାବକ, କୁଟୁରିଆ ପଂଚାୟତ ବାଘମୁଣ୍ଡା ଗ୍ରାମର ଉର୍ବଶୀ ସିଂହ ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଛି ବୋଲି ମହାବୀରୋଡ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ମୃତ୍ୟୁ ବ୍ୟକ୍ତି ହେଲେ ସୁଶାନ୍ତ ସିଂହ । ସ୍ତ୍ରୀ ଙ୍କ କହିବା ଅନୁଯାୟୀ ସେହି ଗ୍ରାମର ପ୍ରଶାନ୍ତ ସିଂ ତାଙ୍କ ସ୍ୱାମୀକୁ ଧାନ ବିଲକୁ ହଳ ଧରିବାକୁ ଡାକିଥିଲେ। ସେ ନଯିବାରୁ ଜୋର୍ ଜବରଦସ୍ତ ହଳ ନେବାକୁ ଡାକିଥିଲେ।ତେବେ ସେ ଆଉ ଘରକୁ ଫେରି ନଥିଲେ। ଏନେଇ ପ୍ରଶାନ୍ତ ସିଂଙ୍କୁ ଘର ଲୋକ ପଚାରିବାରୁ ସେ କହିଥିଲେ କି ସେ ଆମ ଘର ଶୋଇଛନ୍ତି।କିନ୍ତୁ ଆଜି ସକାଳ ସମୟରେ ଘରକୁ ନ ଫେରିବାରୁ ଘର ଲୋକେ ଆଖ ପାଖ ଅଂଚଳରେ ବହୁ ଖୋଜା ଖୋଜି କରିଥିଲେ।

ତେବେ ସୁଶାନ୍ତ ଙ୍କ ବାପା ବାଘମୁଣ୍ଡା ଆଶ୍ରମ ବିଦ୍ୟାଳୟ ପଛ ପାଖରେ ମୃତ ଦେହକୁ ଦେଖି ଘର ଲୋକ ଙ୍କୁ କହିବା ସହ ଗ୍ରାମବାସୀ କହିଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଠାବ କରିବା ସହ କାମାକ୍ଷା ନଗର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।

new life
You might also like
error: Content is protected !!