News
lipub
samparksetu

ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା NEET ରେ ଢେଙ୍କାନାଳ ପୁଅ ର ସଫଳତା

ଡାକ୍ତରୀ ଶିକ୍ଷାରେ ନାମଲେଖା ନିମନ୍ତେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା NEET – ୨୦୨୧ ରେ ଓଡ଼ିଶା ଢେଙ୍କାନାଳ ଜିଲ୍ଲାର ସନ୍ତାନ ମୋଟ ୭୨୦ ମାର୍କ ରୁ ୬୦୭ ମାର୍କ ରଖିଛନ୍ତି ।

ସର୍ବଭାରତୀୟ ସ୍ତରରେ ଭୁବନ ଏନଏସି ବଡ଼ହାଟ ଅଂଚଳ ର ସୁରେନ୍ଦ୍ର କୁମାର ସାହୁ ପୁଅ ସ୍ୱସ୍ତିକ ରଞ୍ଜନ ସାହୁ ୬୯୪୬ ରାଙ୍କ ରେ ରଖିଛନ୍ତି । ସେ AIIMS ରେ MBBS ପାଠ ପଢିବା ପାଇଁ ଇଚ୍ଛା ରଖିଛନ୍ତି ।

ଗୁରୁବାର ଦିନ ତାଙ୍କ ବାସଭବନକୁ ତୃପ୍ତି ପାଠାଗାର ପକ୍ଷ ରୁ ଡକ୍ଟର ସୁବାଷ ନାୟକ ଯାଇ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ
। ଆଗାମୀ ଦିନରେ ଭଲ ଡାକ୍ତର ହୋଇ ଓଡ଼ିଶାର ସେବା କରିବା ସହ ବିଶେଷ କରି ନିଜର ମାତୃଭୂମି ଢେଙ୍କାନାଳ ଜିଲ୍ଲାର ଜନସାଧାରଣଙ୍କର ସେବାରେ ନିଜକୁ ସାମିଲ କରିବା ଜିଲ୍ଲାର ଗ୍ରାମାଞ୍ଚଳରେ ଗରିବ ଅସହାୟ ରୋଗୀ ମାନଙ୍କର ଚିକିତ୍ସା ପାଇଁ ଭବିଷ୍ୟତରେ ଆଗେଇ ଆସିବା ପାଇଁ ପାଠାଗାର ପକ୍ଷ ରୁ ଅନୁରୋଧ କରାଯାଇଛି ।

new life
You might also like
error: Content is protected !!