News
lipub
samparksetu

ରାସୋଳ ପୋଲିସ୍ ର ବଡ ସଫଳତା,ଜଙ୍ଗଲରୁ ଧରାହେଲେ ୫ଡକାୟତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ରାସୋଳ ପୋଲିସ୍ ବିଶେଷ ସୁତ୍ରରୁ ଖବର ପାଇ ୫ତାରିଖ ବିଳମ୍ବିତ ରାତିରେ ପଞ୍ଚପଡା ଶାଳ ଜଙ୍ଗଲରେ ଚଢାଉକରି ୫ଜଣ ଡକାୟତ ଙ୍କୁ ଗିରଫ କରିବାରେ ବଡ ସଫଳତା ହାସଲ କରିଥିବା ଜଣାପଡିଛି।

ତା ସହିତ ଚାରି ବାଇକ୍, ଦୁଇ ବୁଲେଟ୍ ଓ ଗୋଟିଏ ଖଣ୍ଡା ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କାରନ୍ଦା ଗ୍ରାମର ରାମଚନ୍ଦ୍ର ସାହୁ, ରାକେଶ ପ୍ରଧାନ ଓ କୁକୁଟା ଗ୍ରାମର ବିଶ୍ବଜିତ୍ ସାହୁ ଓ ଶାନ୍ତନୁ ଦେହୁରୀ ଏବଂ ବଡଗୋଳ ଗ୍ରାମର ସୁବାସ ରଣା ବୋଲି ଜଣା ପଡିଛି।

ଏହି ପାଞ୍ଚ ଜଣ ଯୁବକ ମଧ୍ୟରାତ୍ରୀରେ ପଞ୍ଚପଡା ଶାଳ ଜଙ୍ଗଲରେ ମହମବତି ଜାଳି ବସିଥିଲେ ଏବଂ ଡକାୟତି ଯୋଜନା କରୁଥିଲେ ଏହି ସମୟରେ ପୁଲିସ୍ ଚଢାଉକରି କାବୁ କରିବାରେ ସଫଳ ହୋଇଥିଲା। ପଚରା ଉଚରା ବେଳେ ସେମାନେ ଲୁଟପାଟ କରିବା ପାଇଁ ଯୋଜନା କରୁଥିଲେ ବୋଲି କହିଛନ୍ତି। ଆଉମଧ୍ୟ ଲୁଟ୍ ପାଟ୍ ସଫଳ ପାଇଁ ମହମ ବତିଜାଳି ପ୍ରାଥନା କରୁଥିଲେ କହିଥିଲେ।

ଏମାନଙ୍କ ନାମରେ ପୂର୍ବରୁ ବି ମାମଲା ଥିବା ପୁଲିସ୍ ଠାରୁ ପ୍ରକାଶ। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଡକାୟତି ୫ଜଣଙ୍କୁ ଧରିବାରେ ରାସୋଳ ଥାନା ଆଇ ଆଇ ସି ବିଜୟ କୁମାର ହାଇବ୍ରୁ, ଏ ଏସ୍ ଆଇ ରସ୍ମିତା ରଥ ଓ ଷ୍ଟପ୍ ସଦଳବଳେ ଚଢାଉ କରିଥିଲେ।

new life
You might also like
error: Content is protected !!