ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଂଜପଡା ପଂଚାୟତ ରକଲା ଗ୍ରାମରେ ଦିନବେଳେ ହନୁମାଙ୍କଡ଼ ଓ ରାତିରେ ହାତୀର ଉତ୍ପାତ ଲାଗିରହିଛି । ଏତେ ମାତ୍ରାରେ ହାତୀର ଆତଙ୍କ ଯେ ରାତିହେଲେ ଲୋକେ ଭୟରେ ରହୁଛନ୍ତି ।
କିଛିଦିନ ପୂର୍ବରୁ ୧୪ବର୍ଷର ବାଳକକୁ ହାତୀ ମାରି ଦେଇଥିଲା, ରାତି ଗାଁ ଲୋକମାନେ ରାତି ଅନିଦ୍ରା ହେଇ ହାତୀକୁ ଜଗୁଛନ୍ତି । ଅନ୍ୟପଟେ ଦିନରେ ହନୁମାଙ୍କଡ଼ ଉତ୍ପାତ କହିଲେ ନସରେ, ପ୍ରବଳ ହନୁମାଙ୍କଡ଼ ଆସି ଫସଲ ନଷ୍ଟ କରିବା ସହ ,ଘର କୁ ଘର ଡେଇଂ ଆଜବେଷ୍ଟ ଘର ଏବଂ ଚାଳ ଛପର ଘର ନଷ୍ଟ କରିଭାଙ୍ଗି ଦେଉଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଏବେ ଅତିଷ୍ଟ ।
