News
lipub
samparksetu

ତେଲେଙ୍ଗାନାରେ ଢେଙ୍କାନାଳ ପୁଅକୁ ହତ୍ୟା ଉଦ୍ୟମ; ଉଦ୍ଧାର ପାଇଁ ପରିବାରର ଆକୁଳ ନିବେଦନ

ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଧୋବା ସାହିର ଜଣେ ଯୁବକ ତେଲେଙ୍ଗାନା ରାଜ୍ୟରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ତାଙ୍କୁ ସେଠାରେ ମରଣାନ୍ତକ ଆକ୍ରମଣ ହୋଇଛି। ସେ ସେଠାରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ତାଙ୍କୁ ଉଦ୍ଧାର ପାଇଁ ତାଙ୍କ ପରିବାର ଆକୁଳ ନିବେଦନ କରିଛନ୍ତି ।

ସୂଚନା ଅନୁଯାୟୀ ,ନୀଳମଣୀ ମହାନ୍ତି ଙ୍କ ପୁଅ ନାଲୁ ମହାନ୍ତି ଙ୍କୁ ସେହି ଗ୍ରାମର ୨ଜଣ ବ୍ୟକ୍ତି ତେଲେଙ୍ଗାନା ରେ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଡାକି ନେଇଥିଲେ । କୌଣସି କାରଣରୁ ନାଲୁ ଙ୍କ ସାଙ୍ଗରେ ଉକ୍ତ ୨ବ୍ୟକ୍ତି ଙ୍କ ପାଟି ତୁଣ୍ଡ ହେବାରୁ ତାଙ୍କୁ ପଥର ରେ ଛେଚି ମାରିବାକୁ ଉଦ୍ୟମ କରିଥିବାର ଅଭିଯୋଗ କରିଛନ୍ତି ନାଲୁଙ୍କ ପରିବାର ।

ତାଙ୍କୁ ଉଦ୍ଧାର କରି ମେହେବୁବ ନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ମାଡ଼ ମାରିଥିବା ଅଭିଯୁକ୍ତ ଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ତେବେ ଅନ୍ୟପଟେ ନାଲୁ ଙ୍କ ପରିବାର ପାଅ କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!