News
lipub
samparksetu

ତୁମୁସିଙ୍ଗା ପ୍ରାଥମିକ କୃଷି ସମବାୟ ସମିତିରେ ୬୮ତମ ସମବାୟ ସପ୍ତାହ ପାଳିତ

ସ୍ବାଧିନ ଭାରତର ତଥା ରାଜ୍ୟର ବିକାଶରେ ସମବାୟର ଅବଦାନ ଅତୁଳନୀୟ। ଏହି ଅବସରରେ ସମ୍ପାଦକ ରାଧାମୋହନ ସାମଲଙ୍କ ଦ୍ବାରା ସମବାୟ ଆନ୍ଦୋଳନର ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଧୂପ ଚନ୍ଦନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କୃଷି ଓ କୃଷକଙ୍କୁ ଯୋଗାଇ ଦେଇଥିବା ସେବାର ସଫଳତା ବିଷୟରେ ସମ୍ପାଦକ ରାଧାମୋହନ ସାମଲ ନିଜର ବକ୍ତବ୍ୟ ରଖିଥିଲେ।

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବୀରବର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବାୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ମହାଜନୀ ପ୍ରଥାର ବନ୍ଦ କରିବାରେ ସମବାୟର ମୁଖ୍ୟ ଭୂମିକା ଥିଲା ଯାହାର ସମାପ୍ତ ଗାନ୍ଧୀଙ୍କ ସମବାୟ ଆନ୍ଦୋଳନ ଥିଲା ବୋଲି ସେ ପ୍ରକାଶ କରିଥିଲେ।
୧୯୫୫ ମସିହାରେ ସମବାୟ ବିଭାଗକୁ ନୂତନ ଭାବେ ସ୍ଵିକୃତି ଦିଆଯାଇଥିଲା।ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶରେ ସମବାୟର ଆଭିମୁଖ୍ୟ ସମ୍ପର୍କରେ ଲୋକଙ୍କୁ ଜଣାଇବା ନିମନ୍ତେ ପ୍ରତି ବର୍ଷ ଏହି ସମବାୟ ସପ୍ତାହ ପାଳିତ ହେଉଛି।

ସମବାୟ ସମିତିର କର୍ମକର୍ତ୍ତା ସହ ସମ୍ପାଦକ ନୃସିଂହ ଚରଣ ନାୟକ, କବିସୂର୍ଯ୍ୟ ବିଶ୍ବାଳ (ଡିଇଓ), ରଞ୍ଜନ ନାଏକ ସହ ସ୍ଥାନୀୟ ଅଞ୍ଚଳର ଚାଷୀ ତଥା ସମିତିର ସଦସ୍ୟ ଜିତେନ୍ଦ୍ର ବେହେରା, ବ୍ରଜବିହାରୀ ସାହୁ, ବୁଲୁ ପ୍ରଧାନ, ବିଜୟ ବେହେରା, ଜଗମୋହନ ପଣ୍ଡା, କେଶବ ଚନ୍ଦ୍ର ବେହେରା, ରାଜେଶ ସାହୁ ଓ ପୂର୍ବତନ ସମ୍ପାଦକ ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

new life
You might also like
error: Content is protected !!