News
lipub
samparksetu

ବନ୍ଧୁକ ଓ କାତି ଦେଖାଇ ଜନସେବା କେନ୍ଦ୍ର ଏଜେଣ୍ଟଙ୍କ ଠାରୁ ଲୁଟ !

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଧୋବାବାହାଳୀ -ଶ୍ରୀମୁଳା ପୂର୍ତ୍ତ ବିଭାଗ ରାସ୍ତା ରେ ଜନ ସେବା କେନ୍ଦ୍ର ଏଜେଣ୍ଟ ଙ୍କ ଠାରୁ ୮୦ ହଜାର ଟଙ୍କା ଲୋଟ ହୋଇଛି ।ଏକ କଳା ପଲସର ରେ ଦୁଇ ହେଲମେଟ ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଓ କାତି ଦେଖାଇ ଏହି ଲୁଟ କରିଛନ୍ତି ।

ସୂଚନା ମୁତାବକ ଜନ ସେବା କେନ୍ଦ୍ର ଏଜେଣ୍ଟ ଜଣକ ହେଉଛନ୍ତି ଧୋବାବାହାଳୀ ଗ୍ରାମର ବିକାଶ ସାହୁ। ସେ ଶ୍ରୀମୁଳା ଛକରେ ଏକ ଜନ ସେବାକେନ୍ଦ୍ର ଖୋଲିଛନ୍ତି । ପ୍ରତେକ ଦିନ ପରି ସେ ଘରୁ ନଗଦ ହଜାର ହଜାର ଟଙ୍କା ନେଇ ଏକ ବ୍ୟାଗରେ ନେଇ ଜନ ସେବା କେନ୍ଦ୍ର କୁ ଯାଉଥିବା ବେଳେ,ଯିବା ରାସ୍ତାରେ ଏକ କଳା ରଙ୍ଗର ପଲସର ରେ ଦୁଇ ଜଣ ହେଲମେଟ ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଅଟକାଇବା ସହ, ବନ୍ଧୁକ ଓ କାତି ଦେଖାଇ,ତାଙ୍କ ଠାରୁ ଟଙ୍କା ବ୍ୟାଗଟି ଛଡାଇ ନେଇ ପଳାଇ ଥିଲେ ।

ତେବେ ଏ ନେଇ ସେ ପୋଲିସ କୁ ସଙ୍ଗେ ସଙ୍ଗେ ଫୋନ ଯୋଗେ ଅଭିଯୋଗ କରିବା ସହ ସ୍ଥାନୀୟ ଲୋକଙ୍କୁନେଇ ତାଙ୍କୁ ପିଛା କରିଥିଲେ । ତେବେ ଦୁର୍ବୃତ୍ତ ମାନେ ମହୁଲଡଗର ଜଙ୍ଗଲିଆ ରାସ୍ତା ଦେଇ କଦଳୀପାଳ ରାସ୍ତାରେ ବାହାରି ଢେଙ୍କାନାଳ ଅଭିମୁଖେ ପଳାଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ତୁମୁସିଙ୍ଗା ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!