News
lipub
samparksetu

ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ନଥିବା ହେତୁ ଯୁବ କଂଗ୍ରେସ ପକ୍ଷରୁ ଏକ ଅଭିଯୋଗ କରାଯାଇଛି ।

ଢେଙ୍କାନାଳ ପ୍ରତି ତାଙ୍କର ଅବଦାନ ଅନେକ ଥିଲେ ମଧ୍ୟ ତାଙ୍କୁ କୌଣସି ସମ୍ମାନ ଦିଆଯାଇ ନାହିଁ । ତେବେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ କୁ ନିନ୍ଦିନୀ ଦେବୀଙ୍କ ନାମରେ ନାମିତ କରିବା , ତାଙ୍କର ଏକ ପ୍ରତିମୂର୍ତ୍ତି ଢେଙ୍କାନାଳ ରେ ସ୍ଥାପନ କରିବା ଏବଂ କୁଞ୍ଜକାନ୍ତ ସ୍ଥିତ ବାସଭବନ ଠାରୁ ଢେଙ୍କାନାଳ କଲେଜ ବାଇପାସ ପର୍ଯ୍ୟନ୍ତ ନନ୍ଦିନୀ ଶତପଥୀ ମାର୍ଗ ନାମରେ ନାମକରଣ କରିବା ପାଇଁ ଢେଙ୍କାନାଳ ଯୁବ କଂଗ୍ରେସ ସଭାପତି ଜ୍ୟୋତିର୍ମୟ ପାଳଙ୍କ ସହିତ ସଚ୍ଚିଦାନନ୍ଦ , ପ୍ରଦ୍ୟୁମ୍ନ ସାହୁ , ରାମଚନ୍ଦ୍ର ନାଏକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି ।

new life
You might also like
error: Content is protected !!