News
lipub
samparksetu

ପାଣି କାଢୁଥିବା ବେଳେ କୂଅରେ ପଡି ମହିଳା ମୃତ

କୂଅରୁ ପାଣି କାଢୁଥିବାବେଳେ ଅସାବଧାନତା ହେତୁ କୂଅରେ ପଡି ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମର ନିହଲି ବାରିକ।

ସୁଚନା ମୁତାବକ ଆଜି ସକାଳେ ମହିଳା ଜଣକ କୂଅରୁ ଦଉଡି ସାହାଯ୍ୟରେ ପାଣି କାଢୁଥିଲେ ,ଅସାବଧାନତା ହେତୁ ସେ କୂଅରେ ପଡିଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ କୂଅ ନିକଟକୁ ଯାଇ ଖୋଜାଖୋଜି କରିବାରୁ କୂଅରେ ପଡିଯାଇଥିବା ସନ୍ଦେହ କରି ଅଗ୍ନିଶମ ବାହିନୀକୁ ଡାକି କୂଅରୁ ମହିଳାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

new life
You might also like
error: Content is protected !!