News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ନଅ ଲକ୍ଷ ଟଙ୍କାର କାମ ନଅ ମାସ ବି ସ୍ଥାୟୀ ନୁହେଁ!

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତିଓପୁଟସାହି ପଞ୍ଚାୟତର କନ୍ତିଓପୁଟସାହି ଗାଁ ର ଚଳିତ ବର୍ଷ ନୂଆପୁଟସାହି ଠାରୁ ବ୍ରାହ୍ମଣବନ୍ଧ ପର୍ଯ୍ୟନ୍ତ ଫିଲ୍ଡ ଚ୍ୟାନେଲ କାନ୍ଥ ଭୁଶୁଡି ପଡିଛି। ୨୦୨୦-୨୧ ଆର୍ଥିକ ବର୍ଷର ମଞ୍ଜୁର ହୋଇଥିବା ୯,୦୦,୦୦୦ ଟଙ୍କାର ଏହି ଚ୍ୟାନେଲ ଚଳିତ ବର୍ଷ ବର୍ଷା ଋତୁ

ଘର ଖଣ୍ଡେ ନଥିବାରୁ ହଟହଟା ହେଉଛନ୍ତି ଅରକ୍ଷିତ ଙ୍କ ପରିବାର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ର ବାଙ୍ଗୁରା ଗ୍ରାମର ଅରକ୍ଷିତ ସାମଲ (୬୭) ନିଜ ପତ୍ନୀ ପଞ୍ଚାଳୀ ସାମଲ(୫୫) ଏବଂ ୧ମାତ୍ର ପୁତ୍ର ବିଶ୍ବଜିତ୍ ସାମଲ (୧୩)ନେଇ ଅତି ଦୟନିୟ ଅବସ୍ଥାରେ ରହୁଛନ୍ତି | ବର୍ଷା ଯୋଗୁଁ କେତେବେଳେ କାନ୍ଥ ଖସିପଡୁଛି ତ କେତେବେଳେ ଏହି

ଆମ୍ବଖୋଲ କାଟେଣୀ ଗାଁରେ ପାନୀୟଜଳ ସମସ୍ଯା

ନଳକୂପ ଅଛି ହେଲେ ଏହାର ପଣି ପାନୀୟ ଯୋଗ୍ୟ ନୁହେଁ କି ରୋଷେଇରେ ମଧ୍ୟ ବ୍ୟବହାର ଯୋଗ୍ୟ ନୁହେଁ। ନଳକୂପ ଦୁଇଟିର ପାଣି କ୍ଷାରୀୟ ହୋଇଥିବା ସହ ପାଣିରେ ଗୁଣ୍ଡ ଆସିବା ହେତୁ କୌଣସି କାମରେ ଆସୁ ନାହିଁ। ଏହି କାରଣ ପାଇଁ ଗାଁ ଠାରୁ ୩୦୦ ମିଟର ଦୂରରେ ଥିବା କୂଅରୁ ପାଣି ଆଣିବାକୁ ଯାଆନ୍ତି ଗାଁ ର

ରାସନରୁ ବଞ୍ଚିତ ଦିବ୍ଯାଙ୍ଗ ଦୁଲଣା

୩୦ ବର୍ଷ ବୟସରେ ମାନସିକ ଭାରସାମ୍ୟ ହରାଇ ପରିବାର ପାଇଁ ସାହାରା ହେବା ପରିବର୍ତ୍ତେ ଅନ୍ୟର ସାହାରା ନେଇ ବଞ୍ଚିଛନ୍ତି ଦୁଲଣା ପରୀଡା। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଶ୍ରୀମୂଳା ଗାଁ ର ଯୁଧିଷ୍ଠିର ପରୀଡାଙ୍କ ପତ୍ନୀ ଦୁଲଣା। ୯୦ ପ୍ରତିଶତ ଦିବ୍ଯାଙ୍ଗ ବୋଲି ଡାକ୍ତର ମଧ୍ୟ

ଆବାସ ଯୋଜନା ରଞ୍ଜିତାଙ୍କ ପାଇଁ ସାତଶପନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ଅନ୍ତର୍ଗତ ଅତିଣ୍ଡା ଗ୍ରାମର ରଞ୍ଜିତା ପ୍ରଧାନ ଙ୍କ ପାଇଁ ଆବାସ ଯୋଜନା ସାତଶପନ ପାଲଟିଛି l ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଶୁଡି ପଡିଛି l ରଞ୍ଜିତାଙ୍କ ଘର ଆସବାବପତ୍ର ନଷ୍ଟ ହୋଇଯାଇଛି, ପରିବାର ଅବସ୍ଥା ଦୟନିୟ ସ୍ଥିତିରେ ଚାଲିଛି ।

ନାବାଳକ କାନ୍ଧ ରେ ଦୁଇ ଭଉଣୀଙ୍କ ଭାର !

ଭଗବାନଙ୍କ ଗଢା ଏ ବିଚିତ୍ର ଦୁନିଆଁ । କେହି ରାଜଭୋଗ କରେ ତ କେହି ନିଜ ପେଟ ଚାଖଣ୍ଡେ ପାଇଁ ଭିକ୍ଷା ମାଗି ରାସ୍ତା କଡରେ ଶୋଇ ଜିବନ ବିତଉଥିବାର ଦେଖିବାକୁ ମିଳେ । ଭାରତ ସମ୍ବିଧାନରେ ଲେଖା ହୋଇଛି ଜନ ମଙ୍ଗଳ ରାଷ୍ଟ୍ର । ଯେଉଁ ହାତରେ ବସ୍ତାନି ଧରି ସ୍କୁଲ ଯିବା କଥା ଆଜି ସେହି ହାତରେ ଟ୍ରଲି

ଠିକା କମ୍ପାନୀର ତଳିପକା କାମ! ତିନୋଟି ସାହିର ଲୋକ ଯିବାଆସିବା ରାସ୍ତା ଜଳାର୍ଣ୍ଣବ

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଓ ଧୋବାବାହାଳି, ମହୁଲଡଗର, ଡଙ୍କାବୋଲ ସହ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତା ଉପରେ ତିନି ଫୁଟ ପାଣି। ଏହି ରାସ୍ତା ଉପରେ ତିନୋଟି ସାହିର ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି। ଡ଼ାକ୍ତରଖାନା, ବଜାର ଠାରୁ ଆରମ୍ଭ କରି ବ୍ୟାଙ୍କ, ପୋଷ୍ଟ ଅଫିସ,

ହାତୀ ମାନଙ୍କ ଦ୍ବାରା ବ୍ୟାପକ ଧାନ ଓ ପରିବା ଫସଲ ନଷ୍ଟ

କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ବନଖଣ୍ଡ ଅଧିନ ତୁମୁଁସିଙ୍ଗା ଗାଁ ରେ ହାତୀମାନଙ୍କ ଦ୍ବାରା ବ୍ୟାପକ ଧାନ ଓ ପରିବା ଫସଲ ନଷ୍ଟ ହୋଇଛି। ଗତକାଲି ରାତିରେ ତୁମୁଁସିଙ୍ଗା ଗାଁ ର ପାଟିଆଗୁଡା ସାହି ନିକଟରେ ଥିବା ସାଢ଼େ ତିନି ଏକର ପାଖାପାଖି ଧାନ ଫସଲ ଓ ଏକ ଏକର ପୋଟଳ ଫସଲ ହାତୀ ଦଳିଚକଟି ନଷ୍ଟ

ଘର ପୋଡିର ପାଞ୍ଚ ବର୍ଷ ପରେ ମଧ୍ୟ ମିଳୁନାହିଁ ଆବାସ ଯୋଜନାର ଶେଷ କିସ୍ତି

ଗତ ୨୦୧୬ ମସିହାରେ ଓଡାପଡା ବ୍ଲକ କଳାଙ୍ଗ ଗ୍ରାମର ରୀନା ସାମଲ ଏବଂ ଶୈଳ ସାମଲଙ୍କର ଘର ପୋଡି ଯାଇଥିଲା l ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଇ ଜଣଙ୍କୁ ଆବାସ ଯୋଜନାରେ ସାମିଲ କରି ଘର କରିବାପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ l ସେତେବେଳେ ସତୁରି ହଜାର ଟଙ୍କା ହିତାଧିକାରୀଙ୍କ

ପଞ୍ଚାୟତ ରାସ୍ତା ବର୍ଷା ଦିନେ ନଦୀ ଓ ଅନ୍ୟ ଦିନେ ଜଳାଶୟ !

ଓଡାପଡା ବ୍ଲକ କଳାଙ୍ଗ ପଞ୍ଚାୟତ ନୂଆ ସାହି ମୁଖ୍ୟ ରାସ୍ତା ଉପରେ ପ୍ରାୟ ସମୟ ଜଳ ମଗ୍ନ ରହୁଛି l ବର୍ଷା ଦିନେ ନଦୀ ର ରୂପ ନେଉଥିବା ବେଳେ ଅନ୍ୟ ଦିନେ ଜଳାଶୟ ରୂପ ନେଉଛି l ଫଳରେ ଗାଁ ଲୋକଙ୍କ ସହିତ ଯାତାୟାତ କରୁଥିବା ଲୋକମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯଦିଓ ଗତ କାଲି
error: Content is protected !!