News
lipub
samparksetu

ଢେଙ୍କାନାଳ ଜିଲ୍ଲାରେ ଅଭିଯୋଗ କ୍ଷେତ୍ରରେ ହେବ ଡିଜିଟାଲାଇଜେସନ, ହାତ ପାହାନ୍ତାରେ ଅଭିଯୋଗ ଦେଇପାରିବେ ଜିଲ୍ଲାବାସୀ ; ଜିଲ୍ଲା ଟ୍ୱିଟର ଆକ୍ଟିଭିଷ୍ଟ ଙ୍କ ପକ୍ଷରୁ ଅଭିନ୍ନ ପ୍ରୟାସ

କରୋନା ମହାମାରୀ ସମୟରେ ଜନସାଧାରଣ ମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ବିଶେଷ କରି ଗ୍ରାମାଞ୍ଚଳ ରେ ରହୁଥିବା ଜନ ସାଧାରଣ ନାହିଁନଥିବାର ଅସୁବିଧା ଭୋଗୁଛନ୍ତି । ତେବେ ଏହି ସମସ୍ୟାର ସମାଧାନ ବାଟ କାଢ଼ିଛନ୍ତି ଢେଙ୍କାନାଳ ଜିଲ୍ଲା ଟ୍ୱିଟର ଆସୋସିଏସନ ।

ଡିଜିଟାଲ ପନ୍ଥା ଜରିଆରେ ସମସ୍ତ ଅଭିଯୋଗ ଜଣାଇବା ସହ ସମାଧାନ ର ବାଟ ମଧ୍ୟ କରାଯାଇ ପାରିବ ବୋଲି ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏନେଇ ଆଜି ଅଙ୍କିତା ସାହୁ ,ପ୍ରତ୍ୟୁଷ ହରି ପ୍ରଧାନ ,ସୁଦର୍ଶନ ସ୍ତମ୍ଭ ,ଦୀପ୍ତି ରଞ୍ଜନ ପଣ୍ଡା ପ୍ରମୂଖ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କୁ ଭେଟି ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ସହ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ଲିଖିତ ପତ୍ର ଅନୁଯାୟୀ ଗ୍ରାମାଞ୍ଚଳ ତଥା ବ୍ଲକ ,ତହସିଲ , ସହିତ ବିଭିନ୍ନ ବିଭାଗରେ ନିଜସ୍ଵ ଆକାଉଣ୍ଟ ଖୋଲିବା ଏବଂ ଅଧିକାରୀ ଙ୍କ ଟ୍ୱିଟର ଆକାଉଣ୍ଟ ଗୁଡିକ ସଠିକ ଭାବେ ସକ୍ରିୟ କରାଯିବା ସହ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶ କୁ ସୁଚାରୁ ରୁପେ ପାଳନ କରିବା ସହ ତାହାର ସମାଧାନର ଫଟୋ ସହ ଅପଲୋଡ଼ କରାଯିବା ଆବଶ୍ୟକ ।

ଯାହା ଫଳରେ ସମାଧାନର ବାଟ ଶୀଘ୍ର ହେବା ସହ ସରକାରଙ୍କ ଉପରେ ଜନ ସାଧାରଣ ଆସ୍ଥାପ୍ରକଟ କରିବା ହୁଅନ୍ତେ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ତେବେ ଏନେଇ ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା କୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!