News
lipub
samparksetu

ଦାନା ବାନ୍ଧୁଛି ଆଦିବାସୀ ପ୍ରଜା ଆନ୍ଦୋଳନ!

ଆଦିବାସୀ ମହିଳାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବିତ ଯୋଗୁଁ ଆନ୍ଦୋଳନ ତୀବ୍ରତର କରିବା ପାଇଁ ଆଜି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ ଜାମୁନାଳୀରେ ଆଦିବାସୀ ପ୍ରଜା ମେଳି ଦେଖିବାକୁ ମିଳିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ସମ୍ପ୍ରଦାୟର ନେତାଙ୍କ ସହ ଢେଙ୍କାନାଳ ଜିଲ୍ଲାର ଶହ ଶହ ଆଦିବାସୀ ମହିଳା ଓ ପୁରୁଷ ଏହି ସଭାରେ ଉପସ୍ଥିତ ଥିଲେ।

ସୂଚନା ଥାଉ କି ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁ ର ଜାମୁନାଳି ସାହି ଶାନ୍ତାଳୀ ସମ୍ପ୍ରଦାୟର ପପୁ ଶିର୍କା ଓ ସନ୍ତୋଷୀ ପିଙ୍ଗୁଆଙ୍କୁ ଆମ୍ବପଳାସ ଗାଁ ର କିଛି ଲୋକ ମାରଣାତ୍ମକ ଆକ୍ରମଣ କରିଥିଲେ। ଆକ୍ରମଣରେ ସନ୍ତୋଷୀଙ୍କ ଗର୍ଭ ନଷ୍ଟ ହୋଇଯାଇଥିବା ଅଭିଯୋଗ ମଧ୍ୟ କରାଯାଇଛି।

ଏ ସମ୍ପର୍କରେ ପରଜଙ୍ଗ ଥାନାରେ ଏତଲା ଦେବା ସହ ମହାମହିମ ରାଜ୍ୟପାଳ, ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳଙ୍କୁ ଆଦିବାସୀ ମିଳିତ ସଂଘର୍ଷ ମଞ୍ଚ ପକ୍ଷରୁ ଦୋଷୀଙ୍କୁ ଦଣ୍ଡ ଦେବା ନିମନ୍ତେ ଦାବି ମଧ୍ୟ କରାଯାଇଛି। ପ୍ରଶାସନର ତଦନ୍ତରେ ଶୀଥିଳତା ଯୋଗୁଁ ଆଜି ଏହି ପ୍ରଜାମେଳି ଡକାଯାଇଥିଲା। ଆଦିବାସୀ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରା ନଗଲେ ପରିସ୍ଥିତି ଭୟାବହ ହେବ ବୋଲି ସୂଚନା ରହିଛି। ପ୍ରଶାସନକୁ ଅନୁରୋଧ ଏପରି ସ୍ପର୍ଶକାତର ଘଟଣାକୁ ତୁରନ୍ତ ସମାଧାନ କରାଯାଇ ଏ ଅଞ୍ଚଳର ଶାନ୍ତି ବଜାୟ ରଖାଯାଉ।

new life
You might also like
error: Content is protected !!