News
lipub
samparksetu

ଗାଁ ଦାଣ୍ଡରେ ଘୁଷୁରି ଘୁଷୁରି ଯିବା ଆସିବା କରୁଛନ୍ତି ନିରାକାର ; ଟ୍ରାଇସାଇକେଲ ଯୋଗାଇବାକୁ ଦାବି

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଧୋବାବାହାଳି ଗାଁ ର ନିରାକାର ସାହୁ, ବୟସ ୬୭ ବର୍ଷ। ଆଜକୁ ପ୍ରାୟ ଦଶ ବର୍ଷ ହେଲା ଦୁରାରୋଗ୍ୟ ଯୋଗୁଁ ସିଧା ହୋଇ ଠିଆ ହେବା ପାଇଁ ଅକ୍ଷମ। ତାଙ୍କୁ ଶତକଡା ୯୦ ପ୍ରତିଶତ ଦିବ୍ଯାଙ୍ଗ ବୋଲି ପ୍ରମାଣ ପତ୍ର ମିଳିଛି। ସରକାରୀ ସହାୟତା ଭାବରେ ଭତ୍ତା ପାଉଛନ୍ତି, ଘର ଖଣ୍ଡିଏ ବି ମିଳିଛି।

ଘରେ ତିନି ଅବିବାହିତ ପୁଅ ଓ ସ୍ବାମୀ ସ୍ତ୍ରୀ ମିଶି ପାଞ୍ଚ ଜଣ। ପାଞ୍ଚ ଝିଅଙ୍କୁ ବିବାହ ଦେବା ପରେ ଆର୍ଥିକ ସ୍ଥିତି ଶୋଚନୀୟ ହୋଇ ପଡ଼ିଛି। ବୟସ ଥିବା ସମୟରେ ସେ ବହୁତ ପରିଶ୍ରମୀ ଥିଲେ। ବୟସ ବଢ଼ିବା ସଙ୍ଗେ ରୋଗ ଯୋଗୁଁ ସେ ଏବେ ଅନ୍ୟ ଉପରେ ନିର୍ଭରଶୀଳ। ପାଦରେ ଚାଲି ଯିବାଆସିବା ପାଇଁ ସକ୍ଷମ ନୁହଁନ୍ତି। କାମ ପଡ଼ିଲେ ବାଧ୍ୟ ହୋଇ ଗାଁ ଦାଣ୍ଡରେ ଘୁଷୁରି ଘୁଷୁରି ଯିବା ଆସିବା କରୁଛନ୍ତି। ଯାହା ତାଙ୍କ ପାଇଁ ବିପଦ ମଧ୍ୟ। ତିନି ଚକିଆ ସାଇକେଲ ପାଇଁ ବହୁତ ଥର ବ୍ଲକ ଅଫିସ ଯାଇଛନ୍ତି ହେଲେ ନିରାଶ ହେବାକୁ ପଡ଼ିଛି। ଏହି ସାଇକେଲଟିଏ ମିଳିଲେ ତାଙ୍କୁ ଯିବାଆସିବାରେ ସୁବିଧା ହେବ ବୋଲି କହିଛନ୍ତି।

new life
You might also like
error: Content is protected !!