News
lipub
samparksetu

ସ୍ବତନ୍ତ୍ର ରାଜସ୍ବ ଗ୍ରାମ ଭାବେ ପରିଗଣିତ କରିବା ପାଇଁ ରଘୁଆବୋଲ ବସ୍ତି ବାସିନ୍ଦାଙ୍କ ଦାବି

ଲୋକ ସଂଖ୍ୟା ପ୍ରାୟ ୩୫୦, ଶତ ପ୍ରତିଶତ ଆଦିବାସୀ ରୁହନ୍ତି ଏଠାରେ ହେଲେ ଆଜି ପର୍ଯ୍ୟନ୍ତ ଅବହେଳିତ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ତୁମୁଁସିଙ୍ଗା ପଞ୍ଚାୟତର ରଘୁଆବୋଲ, ଚତୁଃପାର୍ଶ୍ଵରେ ଜଙ୍ଗଲ ଘେରା। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ। ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ସରକାର ରାସ୍ତା ଉନ୍ନତିକରଣ ପାଇଁ ଖର୍ଚ୍ଚ ତଥାପି ଗାଁ କୁ ରାସ୍ତାଟିଏ ନାହିଁ ଭଲରେ।

ବର୍ଷା ଦିନ ଆସିଲେ ଚାଲି ଚାଲି ଯିବା ଆସିବା କରିବାକୁ ପଡୁଛି। ଶିକ୍ଷା, ସ୍ବାସ୍ଥ୍ୟ, ଥାନା, ପୋଷ୍ଟ ଅଫିସ, ବ୍ୟାଙ୍କ, ବଜାର ପାଇଁ ପାଞ୍ଚ କିଲୋମିଟର ଯିବା ଆସିବା କରିବାପାଇଁ ପଡୁଛି। ଆଦିବାସୀ ସମ୍ପ୍ରଦାୟର ଲୋକ ଏଠାରେ ବାସ କରୁଥିବା ହେତୁ ପଞ୍ଚାୟତକୁ ପ୍ରତିନିଧିତ୍ଵ କରୁଥିବା ସରପଞ୍ଚ ଏମାନଙ୍କୁ ହେୟ ମନେ କରନ୍ତି। ଉନ୍ନତିକରଣ ପାଇଁ ଆସୁଥିବା ଟଙ୍କା ବାଟ ମାରଣା କରୁଛନ୍ତି। ଯେଉଁ କାରଣ ପାଇଁ ଆଜି ସେମାନେ ବାଘୁଆବୋଲକୁ ଏକ ସ୍ବତନ୍ତ୍ର ରାଜସ୍ବ ଗ୍ରାମ ଭାବେ ପରିଗଣିତ କରିବା ପାଇଁ କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

new life
You might also like
error: Content is protected !!