News
lipub
samparksetu

ଏମଟିଭି ରିଆଲିଟି ଶୋ ରେ ରଙ୍ଗବତୀ ଗୀତରେ ଚମକିଲେ ଢେଙ୍କାନାଳ ଝିଅ

ଢେଙ୍କାନାଳ ଜିଲ୍ଲାକୁ ଗର୍ବ ଗୌରବର ସମ୍ମାନଦେଇ ପୁଣି ଜଣେ ଝିଅ ଆଜି ଏମଟିଭିରେ ତାଙ୍କର କରିସ୍ମା ପ୍ରଦର୍ଶନ କରିଛନ୍ତି । ଏମଟିଭି ଦ୍ୱାରା ଆୟୋଜିତ ସୁପର ମଡେଲ ଅଫ ଦି ଇଅର୨୦୨୧
ସିଜିନ ଟୁ ପାଇଁ ସେ ଫାଇନାଲ ପ୍ରତିଯୋଗୀ ଭାବରେ ମନୋନୀତ ହୋଇଛନ୍ତି ।

ସେ ଓଡିଶାର ଗର୍ବ ହୋଇଥିବା ବେଳେଏହି ପ୍ରତିଯୋଗିତାରେ ୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସେ ହେଉଛନ୍ତି ଏକମାତ୍ର ଓଡିଆ ଝିଅ ବୋଲି ଜଣାପଡିଛି ।ରବିବାର ଠାରୁ ଏମଟିଭିରେ ପ୍ରଦର୍ଶିତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ସ୍ୱପ୍ନା ନିଜର ପରିଚୟ ପର୍ବରେ ରଙ୍ଗବତୀ ଗୀତରେ ସମସ୍ତଙ୍କୁ ଚମକାଇଦେଇଛନ୍ତି । ତାଙ୍କୁ
ଏହି ନୃତ୍ୟରେ ବେଶ୍ ପ୍ରଶଂସା ମିଳିଛି ।ଏହି କାର୍ଯ୍ୟକ୍ରମରେସେ ମିଲିନ୍ଦ ସୋମାନ,ମଲାଇକା ଆରୋରା, ଅନୁଷ୍କା ତେନ୍ଦୁଲକର ଭଳି ଜଜ୍‌ଙ୍କୁ ସେ ପ୍ରଭାବିତ କରି ପାରିଛନ୍ତି ।

ସ୍ୱପ୍ନା ପ୍ରୀୟଦର୍ଶିନୀ ପୂର୍ବରୁ ନହ୍ନିପରୀ ପ୍ରତିଯୋଗିତାରେ ସଫଳ ହୋଇଥିବା ବେଳେ ଛତିଶଗଡର ମସ୍ ୟୁନିଭର୍ସ ଟାଇଟିଲ ମଧ୍ୟ ଜିଣି ଗୌରବ ଅର୍ଜନ କରିଛନ୍ତି । ଏହା ସହିତ ମିଆମାରରେ ଗତ ୨୦୧୮ ମସିହାରେ ଆର୍ଟ ଏଣ୍ଡ କଲଚର ଅଂଶ ଗ୍ରହଣ କରିବା ସହିତ ମିସ୍ ଫଟୋଜେନିକ ପୁରସ୍ପାର ହାସଲ କରିଥିଲେ । କେବଳ ସେତିକି ନୁହେଁ ମିଆଁମାରରେ ଅନୁଷ୍ଠିତ ସୁନ୍ଦରୀ ପ୍ରତିଯୋଗିତାରେ ତୃତୀୟ ରନର୍ସଅପ ହୋଇଥିଲେ ।ତାଙ୍କ ବାପା ଢେଙ୍କାନାଳରେ ଥିବା
ଏକ ବ୍ୟାଙ୍କ ଅଧିକାରୀ ଭାବରେ କାର୍ଯ୍ୟକରନ୍ତି ।

ବାପାଙ୍କ ନାମ ବିଶ୍ୱଜିତ ରାଉତରାୟ ଏବଂ ମାତାଙ୍କ ନାମ
ମଧୁମିତା ରାଉତରାୟ ବୋଲି ଜଣାପଡିଛି । ତାଙ୍କର ଏହି ସଫଳତାକୁ ନେଇ ପରିବାର ବର୍ଗ ଏବଂ ଢେଙ୍କାନାଳ ବାସୀ ଗର୍ବ ଅନୁଭବ କରିଛନ୍ତି ।

new life
You might also like
error: Content is protected !!