News
lipub
samparksetu

ଟାଟା ପାୱାରକୁ ବାର ଆସୋସିଏସନର ଦାବୀ ପତ୍ର

ଢେଙ୍କାନାଳ ଜିଲ୍ଲାରେ ଟାଟା ପାୱାର ବିଦ୍ୟୁତ ବିତରଣ କମ୍ପାନୀ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ନାମରେ ଉପଭୋକ୍ତାଙ୍କୁ ଶୋଷଣ କରିବା ସହିତ ବିନା କାରଣରେ ବିଦ୍ୟୁତ କାଟ,ବିଦ୍ୟୁତ ବିଛିନ୍ନ ସହିତ ବିଭିନ୍ନ ମନୋମୁଖୀ କାର୍ଯ୍ୟ କରବା ନେଇ ପାୱାର ଯନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିବା ସହିତ ଏକ ମାସ ମଧ୍ୟରେ
ସମାଧାନ କରିବାକୁ ଦାବୀ କରାଯାଇଛି ।

ଗତ ୨୦୨୦ ମସିହା ଜୁନ ମାସରେ ଟାଟା ପାୱାର ସହିତ ଓଡିଶା ସରକାରଙ୍କ ଏକ ଚୁକ୍ତି ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏନଜେନ ବିଦ୍ୟୁତ ବିତରଣ ସଂସ୍ଥା ବିଦାୟ ନେଇଥିବା ବେଳେ ଟାଟା ପାୱାର
ଆସିବା ପରେ ଉପଭୋକ୍ତା ଯେଉଁ ଖୁସି ହୋଇଥିଲେ ତାହା କିଛିଦିନ ମଧ୍ୟରେ ଟାଟା ପାୱାରର ମନୋମୂଖୀ କାର୍ଯ୍ୟ ହେତୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଟାଟା ପାୱାର ରକ୍ଷଣାବେକ୍ଷଣ ନାମରେ ବାରମ୍ବାର ବିଦ୍ୟୁତ କାଟ କରିବା, ପ୍ରତି ମାସରେ ସହିତ ବିଜୁଳି ଦେୟ ଆଦାୟ ନକରିବା ନୂଆ ସଂଯୋଗ ଦେବାରେ ବିଳମ୍ବ ସହିତ ସମସ୍ୟା ସମାଧାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବାକୁ ନେଇ ଅସନ୍ତୋଷ ଦେଖାଦେଇଥଲି ।

ଏଭଳି ସମସ୍ୟାକୁ ନେଇ ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ଏକ ବୈଠକ ଅନୁଷ୍ଠତି ହୋଇ ସମସ୍ୟାର ସମାଧାନ କରିବାକୁ ଏକ ମାସର ମହଲତ ଦିଆଯିବ । ସହିତ ଏହାର ସମାଧାନ କରାନଗଲେ
ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସଙ୍ଘ ପରୋକ୍ଷରେ ଚେତାବନୀ ଦେଇଥିବାର ଜଣାପଡିଛି ।

new life
You might also like
error: Content is protected !!