News
lipub
samparksetu

ତୁମ ବିନା

କୋଡିଏ ଫଗୁଣ ପରେ
ତୁମ ଆଗମନେ
ପୁଲକିତ ହେଲା ମନ
ମଳୟ ପବନ ମତେ
ସ୍ପର୍ଶ କରିଗଲା
ଛୁଇଁଗଲା ତନୁ ମନ ।

ବିନା ଶ୍ରାବଣରେ ମୋର
ମନ ଭିଜିଗଲା
ଜ୍ୟୋତ୍ସ୍ନାରେ ଜେବେ ଜନ୍ହ
ଅମୀୟ କଥାରେ ତୁମେ
ମନ କିଣିନେଲ
ସତେ କିବା କୁହୁତାନ।

ପ୍ରଥମ ଦେଖାରେ
ମୋର ମନ ଚୋରି କଲ
ହେଲ ମୋର ପ୍ରିୟତମ
ସେହିଦିନ ଠାରୁ
ଦେଖିନାହିଁ କେବେ
ତୁମପରି ଗୋଟେ ମନ
ସଂସାର ସାଗରେ ପୁଣି ଅମାଅନ୍ଧାରରେ
କ୍ଷଣସ୍ଥାୟୀ ଏ ଜୀବନ
ତୁମ ବିନା ଏହି ଛୋଟ ହୃଦୟରେ
ସବୁବେଳେ ଶୂନ୍ୟସ୍ଥାନ ।

✍️ବିଜୟଲକ୍ଷ୍ମୀ ସାହୁ,ଯାଜପୁର

new life
You might also like
error: Content is protected !!