News
lipub
samparksetu

ପୁଅ କୁ ଭେଟିବାକୁ ଆସିଥିଲେ ବିଦ୍ୟାଳୟ , ଦୁର୍ଘଟଣାରେ ଚାଲିଗଲା ଜୀବନ

କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବାଟଗାଁ ପଞ୍ଚାୟତ ର ଗଙ୍ଗାମୁଣ୍ଡା ଗାଁର ସୋମନାଥ ଟୁଡୁ, ସରାଙ୍ଗ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ କୁ ନିଜ ପୁଅ ରତନ ଟୁଡୁ ଙ୍କୁ ଆଜି ଭେଟିବାକୁ ଆସିଥିଲେ । ଭେଟି ସାରି ସେ ନିଜ ଘରକୁ ଯିବାକୁ ବାହାରିଥିବା ବେଳେ ବିଦ୍ୟାଳୟର ଗେଟ୍ ସମ୍ମୁଖରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା।

ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପରଜଙ୍ଗ ଡାକ୍ତରଖାନାକୁ ଆଣିଥିଲେ ,କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

new life
You might also like
error: Content is protected !!