News
lipub
samparksetu

ଧାନ ଟଙ୍କା ସୁଝି ନପାରି ଚାଷୀ ଆତ୍ମହତ୍ୟା !

ଋଣ ପରିଷୋଧ ନକରିପାରିବା ଚିନ୍ତାରେ ଚାଷି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ଚାଷୀ ଜଣକ ହେଲେ କାମାକ୍ଷାନଗର ଥାନା ଭୁବନ ବ୍ଲକ ଅରଖପାଳ ପଞ୍ଚାୟତ ଖୁରୁଶିଆ ଗ୍ରାମର କେଶବ ମଲିକ।

ସୁଚନା ମୁତାବକ ,ମୃତ ଚାଷୀ ତିନୋଟିି ଘରୋଇ ବ୍ୟାଙ୍କ ଯଥା ସମସ୍ତା ବ୍ୟାଙ୍କ,ଗ୍ରାମିଣ କୋଟା ଓ ବନ୍ଧନ ବ୍ୟାଙ୍କରୁ ଧାନ ଚାଷ ପାଇଁ ୫୦ ହଜାର ଟଙ୍କା ଋଣ ଆଣିଥିଲେ। ଏହା ସହ ଗ୍ରାମରୁ ଉଧାର ମଧ୍ୟ ଆଣି ଧାନ ଚାଷ କରିଥିଲେ। ଧାନର ଅମଳ ବେଳେ ଅମଳର ପରିମାଣ କମିଯିବାରୁ ସେ କିପରି ଋଣ ପରିଶୋଧ କରିବେ ସେ ନେଇ ଚିନ୍ତାରେ ଥିଲେ। ଆଜି ଧାନ ବେଙ୍ଗେଳା ହେଉଥିଲା । ସେହି ସମୟରେ ଧାନ କମ ଅମଳ ହୋଇଥିବାର ଜାଣିପାରି ପାଣି ପିଇବା ବାହାନାରେ ଘରକୁ ଆସି ପାଇଖାନା ନିକଟରେ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିଲେ।

ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଦେଖିଲାବେଳକୁ ପାଇଖାନା ନିକଟରେ ତାଙ୍କୁ ଝଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଖବରପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରିରଖିଛି। ଏନେଇ କେଶବ ଙ୍କ ପୁଅ ସତ୍ୟାନନ୍ଦ ମଲିକ ଥାନା ରେ ଅଭିଯୋଗ କରିଥିଲେ ।

new life
You might also like
error: Content is protected !!