News
lipub
samparksetu

ଶିକ୍ଷାର ଶିକ୍ଷକ

ଗୁରୁ ତୁମ୍ଭେ ପର°ବ୍ରହ୍ମ
ସାକ୍ଷାତ ଈଶ୍ୱର
ଗୁରୁ ତୁମ୍ଭେ ସର୍ବ ଶ୍ରେଷ୍ଠ
ଅଟଇ ଶିଷ୍ୟର ……

ଶିଷ୍ୟର ଉନ୍ନତି ପଥେ
କରି ଶିକ୍ଷା ଦାନ
ଭବିଷ୍ୟତ ମହାମେରୁ
ସାଜି ସଜାଅ ସମ୍ମାନ

ହେ ଗୁରୁ …….
ହେ ଗୁରୁ କେତେ ଗଢ଼ିଛ ଜୀବନ
ଚିର ୠଣୀ ହୃଦୟରୁ
ମୋ ଘେନ ଏ ପ୍ରଣାମ

ତୁମ୍ଭ ମାର୍ଗର ଏ ସଦ୍ ଜ୍ଞାନ
ଆଲୋକିତ ହୁଏ ଯେ ଅଜ୍ଞାନ
ତୁମ୍ଭ ବିନା ମୋକ୍ଷ ହୀନ
ଶିଷ୍ୟ ଶିକ୍ଷା ହୀନ

କେବେ ସାଜ ବିଶ୍ଵାମିତ୍ର
କେବେ ଗୁରୁ ସନ୍ଦୀପନି
ନରେନ୍ଦ୍ର ଙ୍କ ପରମହଂସ
ଜଗତରେ ଭିନ୍ନ ଶିକ୍ଷା ଜ୍ଞାନୀ

ହେ ଗୁରୁ…..
ହେ ଗୁରୁ ତୁମ୍ଭେ ମାର୍ଗ ଦର୍ଶକ
ପଥହୀନ ଶିଷ୍ୟର ଅଟଇ ପଥିକ
ଶିକ୍ଷା ହୀନ ଶିଷ୍ୟଟିର ଅନ୍ଧାର ଆଲୋକ
ପ୍ରଭୁଙ୍କର ଦୂତ ଅବା ଶିକ୍ଷାର ବାହକ

ହେ ଗୁରୁ ତୁମ୍ଭେ ଯୁଗେ ଯୁଗେ
ଶିକ୍ଷାର ଶିକ୍ଷକ
ତୁମ୍ଭେ ଶିକ୍ଷାର ଶିକ୍ଷକ
ତୁମ୍ଭେ ଶିଷ୍ୟର ଶିକ୍ଷକ…… ||

✍️କାଦମ୍ବରୀ ମହାଖୁଡ଼

new life
You might also like
error: Content is protected !!