News
lipub
samparksetu

ହାତୀ କାଳିଆ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ,ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓସ୍ତାପାଳ ଓ ବଳଦିଆବନ୍ଧ ପେଟ୍ରୋଲ ପମ୍ପ ଲୁଟ ଘଟଣାର ମାଷ୍ଟରମାଇଣ୍ଡ
ହାତୀ କାଳିଆ ଗ୍ୟାଙ୍ଗର ଦୁଇ ଜଣକୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ବିପୁଳ ପରିମାଣର ଗୁଳିଳପିସ୍ତଲ ସହିତ
ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି ।
ଅଗଷ୍ଟ ମାସ ୧୯ ତାରିଖ ସଂନ୍ଧ୍ୟା ପ୍ରାୟ ସାଢେସାତଟା ସମୟରେ ତିନି ଜଣ ଅଜଣା ଦୁର୍ବୁ ଏକ ସୁଜୁକି ଜିକ୍ସର
ମୋଟରସାଇକେଲ ନଂ ଓଡି୦୨ଏଜେ୫୮୭୮ରେ ସଦର ଥାନାଭାପୁର ଫାଣ୍ଡି ଅନ୍ତର୍ଗତ ଓସ୍ତପାଳ ନିକଟରେ ଥବି ।ପେଟ୍ରୋଲ
ପମ୍ପ ନିକଟକୁ ଆସିଥିଲେ ।

ସେଠରେ ମାରଣାସ୍ତ୍ର ଦେଖାଇ ଦୁଇ ସେଲସମ୍ୟାନଙ୍କ ଠାରୁ ୪୯ ହଜାର ୬୪୬ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ ।ଏ ସଂକ୍ରାନ୍ତରେ ସଦର ଥାନାରେ ୪୫୪/୨୧ରେଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିଲା । ତଦନ୍ତ ସମୟରେ ଏହିଲୁଟ ଘଟଣାରେ ୬ ଜଣ ସଂପୃକ୍ତି ଥିବାର ଜଣାପଡିବା ସହିତ ସେମାନଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ମାନଙ୍କ ଠାରୁ ୬ ହଜାର ଟଙ୍କା ଉଦ୍ଧାର କରାଯିବା ସହିତ ଗୋଟିଏ ଦେଶୀ ବନ୍ଧୁକ,ଚୋରୀ
ହୋଇଥିବା ଏକ ମୋଟର ସାଇକେଲ,ଏବଂ ବ୍ୟବହୃତ ହୋଇଥିବା କାରକୁ ଜବତ କରାଯାଇଥିଲା ।

ଏହି ସମସ୍ତ ଘଟଣାରେ ଜବତସିଂହ ପୁରର କୁଖ୍ୟାତ ଅପରାଧୀ ହାତୀ କାଳିଆ ଗ୍ୟାଙ୍ଗର ଲୋକମାନେ ସଂପୃ୍‌କ୍ତ ଥିବାର ଜଣାପଡିଥିଲା । ହାତୀ କାଳିଆ ଗ୍ୟାଙ୍ଗ କଟକ ,ଜଗତସିଂହପୁର ଏବଂ ଢେଙ୍କାନାଳଜିଲ୍ଲାର ବିଭିନ୍ନ ଚୋରୀ,ଡକାୟତୀ,ରାହାଜାନୀ,ଲୁଟ ଘଟଣାରେ ସାମିଲ ଥିବାର ଜଣାପଡିଛି ।ଏହି ଗ୍ରୁୂପରେ ଯୁବକ ମାନଙ୍କୁ ଭଡାରେ ଆଣି ଅପରାଧୀ ଭାବରେ ଜଘନ୍ୟ କାଣ୍ଡ ଘଟାଇବା ପାଇଁନିୟୋଜିତ କରାଯାଉଥିଲା ।

ମଙ୍ଗଳବାର ଦିନ ମାଷ୍ଟର ମାଇଣ୍ଡ ହାତୀ କାଳିଆ ଏବଂ ତାର ସହଯୋଗୀ ମାନେବିଭିନ୍ନ ମାରଣାସ୍ତ୍ରୀ,ବନ୍ଧୁକ ଏବଂ ଗୁଳି ସହିତ ରଘୁନାଥପୁର ଥାନା ନଅ ଳରୀୁ ଜଗତସିଂପୁରକୁ ଯାଉଥିଲେ ।ସେମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ।

ଏହି ଗ୍ରୁପ ବଳଦିଆବନ୍ଧ ପେଟ୍ରୋଲପମ୍ପ ଲୁଟ ଘଟଣା ସହିତ କଟକ ଜିଲ୍ଲା ତିଗିରିଆ ଲୁଟ ଘଟଣାରେ ମଧ୍ୟ ସାମିଲ ଥିବାର ଜଣାପଡିଛି ।ସେହିପରି ମାଇକ୍ରୋ ଫାଇନାସ୍ ଲୁଟ ଘଟଣାରେ ମଧ୍ୟ ସେମାନ ସାମିଲ ରହିଥିବାର ଜଣାପଡିଛି ।

ସେମାନଙ୍କ ଠାରୁ ୯ ଏମଏମର ଗୋଟିଏ ଦେଶୀ ପିସ୍ତଲ ସହିତ ଗୋଟିଏ ୭.୬୫ ଦେଶୀ ପିସ୍ତଲ,୫ଟି ମାଗାଜିନ,୨୦
ରାଉଣ୍ଡ ୯ଏମଏମ ଗୁଳି ସହିତ ୭.୬୫ ଏମଏମର ୮ରାଉଣ୍ଡ ଗୁଳି,୧୨ଟି ମୋବାଇଲ ଫୋନ,୨ଟି ଭୁଜାଲି ସହିତ ୨
ଜଣକୁ ଗିରଫ କରାଯାଇଛି । ସେମାନଙ୍କ ନାମରେ ଢେଙ୍କାନାଳ ସଦର ଥାନାରେ ୮୩/୨୦,୫୪୫/୨୧,କଟକ ତିଗିରିଆ
ଥାନାରେ ୪୦/୨୦,୪/୨୦, କଟକ କନ୍ଦପୁର ଥାନାରେ ୨/୧୯,ତିଗିରିଆ ଥାନାରେ ୧୧୦/୨୧,ତିଗିରିଆ ଜେଏମଏଫସି
ଜିଆର କେସ ୮୪/୨୦,ଆଠଗଡ ଥାନାରେ ୧୫୭/୨୧,ଚାଉଳିଆଗଞ୍ଜ ଥାନାରେ ୩୧୫/୨୦,ଏସଡିଜେଏମ
ଆଠଗଡ ସିଟି କେସ ନଂ ୨୫୮/୨୦୧୮ ସହିତ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଛି ।

new life
You might also like
error: Content is protected !!