News
lipub
samparksetu

ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନର ମହତ୍ତ୍ଵ

ଆଜି ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଆଜିର ଦିନକୁ ଲୋକେ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରନ୍ତି । ଓଡିଶାରେ ଏହି ଦିନକୁ ଖୁବ ଧୁମଧାମ୍ ରେ ପାଳନ କରନ୍ତି । କେବଳ ସେତିକି ନୁହେଁ ଆଜିର ଦିନକୁ ଓଡିଆ ନବ ବର୍ଷ ଭାବେ ମଧ୍ୟ ଜଣାଯାଏ ।

ଆଜି ଓଡିଆମାନଙ୍କ ନୂଆ ବର୍ଷରେ ନୂଆ ପାଞ୍ଜି ପ୍ରଚଳନ ହୁଏ । ହନୁମାନ ଜୟନ୍ତୀ ଅବସରରେ ଆଜି ପଣା, ଛତୁଆ, ଫଳ ଭୋଗ ଲାଗିବାର ପରମ୍ପରା ରହିଛି । ଏହି ସ୍ୱତନ୍ତ୍ର ଅବସରରେ ଚାରିଆଡେ ରିତିନୀତି ସହ ଠାକୁରଙ୍କୁ ପୂଜା କରାଯାଏ ।

ଅପରପକ୍ଷରେ ମହାବିଷୁବ ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଥାଏ । ସକାଳ ଧୂପ ନୀତି ଶେଷ ହେବା ପରେ ଶ୍ରୀଜଗନ୍ନାଥଙ୍କ ବାଡରୁ ବିଭିନ୍ନ ମହାବୀରଙ୍କୁ ନିକଟକୁ ଆଜ୍ଞାମାଳ ବିଜେ କରାଯାଏ । ପରମ୍ପରା ଅନୁଯାୟୀ ଚାରି ଦ୍ଵାରରେ ଥିବା ମହାବୀରଙ୍କ ବ୍ୟତୀତ ଜଗନ୍ନାଥ ବଲ୍ଲଭ ଓ ଦରିଆ ମବାହୀରଙ୍କ ନିକଟରେ ଆଜ୍ଞାମାଳ ବିଜେ ହୋଇଥାଏ ।

ସେହିପରି ଢେଙ୍କାନାଳ ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳରାମ ଜୀୟୁଙ୍କ ଠାରେ ମଧ୍ୟ ସମସ୍ତ ରୀତିନୀତି ରେ ଏହି ଦିବସ ପାଳନ ହୋଇଥିବା ବେଳେ ହନୁମାନ ବାଟୀକା ସମେତ ସମସ୍ତ ହନୁମାନଙ୍କ ମନ୍ଦିରରେ ବିଶେଷ ରୀତିନୀତି ରେ ମହାବୀର ଙ୍କ ପୂଜାର୍ଚ୍ଚନା କରାଯାଇଥାଏ ।

new life
You might also like
error: Content is protected !!