News
lipub
samparksetu

” ଥୁଣ୍ଟା ଗଛ “

ସନ୍ଧ୍ୟାର ଲାଲ ଗାରିମା ଦୃଶ୍ୟରେ

ପ୍ରକୃତିର ସୁନ୍ଦରତାରେ

କାନଭାସର ଅଙ୍କା ଛବିରେ

ଅବା କେଉଁ ଏକ ହତାଶ ମନରେ 

ଥୁଣ୍ଟା ଗଛ ମୂଳ ପଥରରେ ……

ପତ୍ର ବିହୀନ

ଶବ୍ଦ ବିହୀନ

ଯୌବନ ବିହୀନ

ରସ ବିହୀନ

ବାସ୍ତବ ବିହୀନ

ଥୁଣ୍ଟା ଗଛର ଜୀବନ …….

ନିଃସଙ୍ଗତାର ଆତଙ୍କରେ

ଧୀରେ ଧୀରେ ଶୁଖିଯାଏ

କାଇଁ କେତେ ବର୍ଷରୁ

ସେ ଜନ୍ମି ଥାଏ …..

ଏକାକୀତ୍ୱ ଅନୁଭବରେ

ମଧ୍ୟାହ୍ନର ସିଝା ଖରାରେ

ଅବା ବର୍ଷା ଝଡ

କୁଆପଥର ମାଡ଼ରେ …..

ନିଃସଙ୍ଗତା ପ୍ରତାରଣାରେ

ଶ୍ରୀହୀନ ….

ତଥାବି ହାର ମାନିନୀ

ଥୁଣ୍ଟା ଗଛର ମନ ….

ବାସ୍ତବର ସତ ଭିତରେ

ଖୋଜେ କାଠୁରିଆର ବାସ୍ନା …

ହାଣି ନେଉ ଅବା

ଜାଳିଦେଉ ……

ଥୁଣ୍ଟା ଗଛ ହୋଇ

ଧୋକା ପଥରର କରିବିନିତ ସାମ୍ନା …..

✍️କାଦମ୍ବରୀ ମହାଖୁଡ଼

new life
You might also like
error: Content is protected !!