News
lipub
samparksetu

ମୁଁ ବି…

ସଭିଏଁ ତ ଭାବନାରେ
ମୁଁ ବି ..
ତୁମ ପରି ସଭିଙ୍କ ପରି
ରକ୍ତ ମାଂସ ରେ ଗଢ଼ା ଶରୀର ମୋର
ମୁଁ ବି ସୃଷ୍ଟିର
ମାଙ୍କର ବାପାଙ୍କର ଭାଇର ଭଉଣୀର
ସମାଜର ଅବିଛେଦ୍ୟ ମୁଁ
ମୁଁ ବି ମା ର ଗର୍ଭରୁ
ଯେମିତି ତୁମେ ଆଉ ଅନ୍ୟମାନେ
ଭୁଲ ତ ମୋର ନୁହେଁ
ପୁଅ ଟେ ହୋଇ ଝିଅର ଆଚରଣ
କାହିଁକି ର ପ୍ରଶ୍ନ ନିଜକୁ କରେ
ହେଲେ ଫରକ କିଛି ନାଇ …
ଢଙ୍ଗ ସବୁ ସ୍ୱାଭାବିକ
ନା ବଦଳି ପାରେ
ନା ବଦଳେଇ ପାରେ
ଏକା ଜିଦ କରନ୍ତି ଆବେଗ ଗୁଡିକ
ନା ତୁ ତାହା ନୁହେଁ ..
ଅସହ୍ୟ ଟାହି ଟାପରା କୁତ୍ସିତ ଇଙ୍ଗିତ
ଭିନ୍ନ ଏକ ଦୃଷ୍ଟି …
ତଥାପି ସୃଷ୍ଟି କରିଛି ମୋ ପରିଚୟ
ପିନ୍ଧିଛି ଶାଢ଼ୀଚୁଡି ମାଖିଛି ଅତର …..
ନାଇଛି ଅଳତା
ଜାହିର କରିଛି ନିଜକୁ
ଅସନ୍ତୁଳିତ ସ୍ନାୟୁ ଗୁଡିକୁ କାବୁକରି
ମାଗିଛି ଅଧିକାର ….
ମରିନି ବଂଛିଛି ଏବେ ବି
ଆଉ ଦୁନିଆ ଦେଇଛି ଅନ୍ୟ ଏକ
ପରିଚୟ
ଭିନ୍ନ ଏକ ସୃଷ୍ଟି କିନ୍ନର …।

✍️ ଅଜିତ କୁମାର୍ ଦାସ

new life
You might also like
error: Content is protected !!